ରାଉରକେଲାରେ ମାତିଛନ୍ତି ନକଲି ପୋଲିସ, ମହିଳାଙ୍କୁ ବୋକା ବନାଇ ଲୁଟିଲେ ସୁନା
Khabar Odisha:chain-snatching-from-a-lady-by-fake-police-getup
ରାଉରକେଲା, ଜାନୁଆରୀ ୪ (ଖବର ଓଡ଼ିଶା)

: ଇସ୍ପାତ ନଗରୀ ରାଉରକେଲାରେ ମାତିଛନ୍ତି ନକଲି ପୋଲିସ । ଖାକି ପୋଷାକ ପିନ୍ଧି ଲୁଟ କରୁଛନ୍ତି ଲୁଟେରା । ଆଜି ପୁଣି ଏକ ଲୁଟର ଶୀକାର ହୋଇଛନ୍ତି ଉଦିନଗର ଅଂଚଳର ଜଣ ମହିଳା । ମିତଲ ନାମକ ଜଣେ ମହିଳାଙ୍କୁ ବୋକା ବନାଇ ନକଲି ପୋଲିସ କଳାକୁନା ବୁଲାଇ ଦେଇଛନ୍ତି । ତାଙ୍କଠାରୁ ସମସ୍ତ ସୁନା ଗହଣା ନେଇ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ଆଜି ସକାଳ ସମୟରେ ରାଜକୁମାରୀ ମିତଲ ସତସଙ୍ଗରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଉଦିତନଗର କଚେରୀ ରୋଡ ନିକଟରେ ଦୁଇ ଜଣ ପୋଲିସ ପୋଷାକ ପିନ୍ଧିଥିବା ଯୁବକ ପହଁଚିଥିଲେ । ରାଜକୁମାରୀଙ୍କ ନିକଟରୁ ଆସି ଅଂଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ସୁନା ଲଗାଇ ଯିବା ସୁରକ୍ଷିତ ନୁହେଁ କହିଥିଲେ । ନକଲି ପୋଲିସଙ୍କ କଥାରେ ବିଶ୍ୱାସ କରି ରାଜକୁମାରୀ ସମସ୍ତ ସୁନା ଅଳଙ୍କାର ଖୋଲି ତାଙ୍କୁ ରଖିବାକୁ ଦେଇଥିଲେ । ଏହା ପରେ ଲୁଟେରାମାନେ ଫେରାର ହୋଇଯାଇଥିଲେ । ପରେ ସେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇ ଉଦିତନଗର ଥାନାରେ ଅଭିଯୋଗ କରିଛନ୍ତି । 

Subscribe

National International State Sports Entertainment