ଭଞ୍ଜନଗରରେ ବ୍ୟବସାୟୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା
Khabar Odisha:businessman-body-found-dead-at-bhanjanagar
ଗଂଜାମ, ନଭେମ୍ବର ୬(ଖବର ଓଡ଼ିଶା):

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢିପ ଗାଁ ନିକଟରେ ଏକ ମୃତ ଦେହ ଉଦ୍ଧାର ହୋଇଛି । ନିକଟସ୍ଥ କାଜୁ ଜଂଗଲରୁ ମୃତଦେହ ମିଳିଛି । ମୃତକ ଜଣକ ଇଟ୍ଟାଭାଟି ଚମ୍ପେତପୁରର ବ୍ୟବସାୟୀ ବାଳକୃଷ୍ଣ । ପୋଲିସ ଘଟଣାସ୍ଥଲରୁ ଏକ ବାଇକ ଓ ହାତୁଡିକୁ ଜବତ କରିଛି । ବ୍ୟବସାୟୀ ଜଣଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment