ଯୌତୁକ ନିଆଁରେ ବୋହୁ: ହାତ ଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ ଶାଶୁ ଓ ନଣନ୍ଦ
Khabar Odisha:again-dowry-death-at-balisuan-in-kendrapada
କେନ୍ଦ୍ରାପଡା, ଡିସେମ୍ବର ୨ (ଖବର ଓଡିଶା):

ପୁଣି ଥରେ ଯୌତୁକ ଜୁଇରେ ଶୋଇଛନ୍ତି ଜଣେ ବଧୂ । ଯୌତୁକ ଦେଇ ନ ପାରିବାରୁ ହାତ ଗୋଡ଼ ବାନ୍ଧି ବୋହୁକୁ ଜୀଅନ୍ତା ଜାଳି ଦେଇଛନ୍ତି ଶାଶୁ ଓ ନଣନ୍ଦ । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆଁ ଗ୍ରାମରେ । ଏହି ଘଟଣାରେ ସଂପୃକି ଥିବା ଅଭିଯୋଗରେ ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । 

ସୂଚନାନୁସାରେ, ଗତ ୪ ବର୍ଷ ତଳେ ନିଶାମଣୀ ସାହୁଙ୍କ ପୁଅ ନିର୍ମଳ ସାହୁଙ୍କ ସହିତ ଭାରତୀ ସ୍ୱାଇଁଙ୍କର ବିବାହ ହୋଇଥିଲା । ତାଙ୍କର ଏକ ଝିଅ ମଧ୍ୟ ଅଛି । ସ୍ୱାମୀ ନିର୍ମଳ ବେଙ୍ଗାଲୁରୁରେ କାମ କରନ୍ତି । କିନ୍ତୁ ଯୌତୁକ ଭଳି ବ୍ୟାଧିରୁ ସିଏ ରକ୍ଷା ପାଇ ନ ଥିଲେ । ଶାଶୁ ଓ ତିନି ନଣନ୍ଦଙ୍କ ନିର୍ଯ୍ୟାତନା ବଢ଼ି ଚାଲିଥିଲା ।  ଏ ନେଇ ବାରମ୍ବାର ଥାନାରେ ଅଭିଯୋଗ ସହିତ ସମସ୍ୟା ସମାଧାନ ମଧ୍ୟ କରାଯାଇଥିଲା । କିନ୍ତୁ ପୁଣି ଗତ ତିନି ତଳେ ଭାରତୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ସମସ୍ତେ ତାଙ୍କୁ ଘରୁ ବାହାର କରି ଦେବାକୁ ଚେଷ୍ଟା କରୁଥିଲେ । ତେବେ ଗତକାଲି ରାତିରେ ଏହା ଚରମ ସୀମାରେ ପହଁଚିଥିଲା । ମା’ ଓ ଝିଅମାନେ ମିଶି ତାଙ୍କ ହାତ ଗୋଡ଼ ବାନ୍ଧି ଦେବା ସହିତ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ।  ପଡ଼ୋଶୀମାନେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟ ମେଡ଼କାଲରେ ଭର୍ତ୍ତି କରିଥିଲେ । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଶରୀର ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ତେବେ ସେଠାରେ ସେ ସିଏ ଚିକିତ୍ସାଧୀନ ଅବସ୍ଥା ପ୍ରାଣ ହରାଇଛନ୍ତି । 

ମୃତ୍ୟୁ ପୂର୍ବରୁ ଭାରତୀ ନିଜର ବୟାନରେ କହିଛନ୍ତି ଯେ ତାଙ୍କୁ ଶାଶୂ ଓ ୩ ନଣନ୍ଦ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଘଟଣା ସମୟରେ ସ୍ୱାମୀ ଘରେ ନ ଥିବାବେଳେ ଶ୍ୱଶୁରଙ୍କର କିଛି ସଂପୃକ୍ତି ନ ଥିଲା ବୋଲି ସେ କହିଛନ୍ତି । ଏହା ସହିତ ତାଙ୍କ ପରିବାର ଲୋକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଇଛନ୍ତି । ଭାରତୀଙ୍କ ବୟାନ ଆଧାରରେ ମର୍ଶାଘାଇ ଥାନା ପୋଲିସ ଶାଶୂ ଓ ୩ ନଣନ୍ଦଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । 

Subscribe

National International State Sports Entertainment