ଅସ୍ତ୍ରାଗାରରୁ ଚୋରି ଘଟଣା, ପଶ୍ଚିମାଞ୍ଚଳ ଡିଆଇଜିକୁ ତଦନ୍ତ ନିର୍ଦ୍ଦେଶ, ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ
Khabar Odisha:Sundergarh-weapons-loot-matter-ordered-to-dig-for-investigation
ସୁନ୍ଦରଗଡ଼,ଡିସେମ୍ବର ୦୨(ଖବର ଓଡ଼ିଶା):

ସୁନ୍ଦରଗଡ଼ ଜିଲ୍ଲା ପୋଲିସ ଅସ୍ତ୍ରାଗାରରୁ ଚୋରି ଘଟଣାରେ ଏବେ ମଧ୍ୟ ପରଦା ହଟିନାହିଁ। ଏହି ଘଟଣାକୁ ରାଜ୍ୟ ପୋଲିସ ପ୍ରଶାସନ ଗମ୍ଭୀରତାର ସହ ନେଇଛନ୍ତି। ତେଣୁ ଘଟଣାର  ସବିଶେଷ ରିପୋର୍ଟ ଦେବାକୁ ପଶ୍ଚିମାଞ୍ଚଳ ଡିଅାଇଜିକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଘଟଣାର ପୁଙ୍ଖାନୁପୁଙ୍ଖନ ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ଵ ମଧ୍ୟ ଦିଅାଯାଇଛି। ଏହା ସହିତ 15 ଜଣ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଏହି ଘଟଣାରେ କନଷ୍ଟେବଲ ଗୁଲସନ କିରୋଙ୍କୁ ପୋଲିସ ଗିରଫ କରିଛି।  ପୂର୍ବରୁ ଅସ୍ତ୍ରାଗାରରୁ ଚୋରି ୬୦ ରାଉଣ୍ଡ ଗୁଳି ଉଦ୍ଧାର ହୋଇଥିଲା । 

ସୂଚନା ମୁତାବକ ଅସ୍ତ୍ରାଗାରରେ ଚୋରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି। ଡିଜିପିଙ୍କ ନିର୍ଦ୍ଦେଶରେ ପଶ୍ଚିମାଂଚଳ ଡ଼ିଆଇଜି କବିତା ଜଲାନ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ୧୫ ଜଣ କନେଷ୍ଟେବଲଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ପୂର୍ବ ସୂଚନା ଅନୁଯାୟୀ ଗୁଲସନ ଗୁଳି ଲୋଡ଼ ହୋଇଥିବା ଚାରିଟି ମାଗାଜିନ ଚୋରି କରିଥିଲା । ଦୁଇ ମାସର ଦରମା ଟଙ୍କା ନପାଇ ସେ ସହକର୍ମୀଙ୍କଠୁ ଅର୍ଥ ଧାର କରିଥିଲା। ଏଥିରୁ ମୁକୁଳିବା ଲାଗି ସେ ଏପରି କାଣ୍ଡ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗୁଲସନ ପୋଲିସକୁ ଫାଙ୍କୁଥିଲେ ମଧ୍ୟ ଏଥିରେ ପାହାଡ଼ୀ ଚିତା ଲିଙ୍କ ଥିବା ସନ୍ଦେହ ହେଉଛି। ସୁନ୍ଦରଗଡ ଜିଲ୍ଲା ସବଡ଼େଗାର କିରାଲଗା ଥାନାରେ ଗୁଲସନଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦିଅାଯାଇଥିଲା। ମାତ୍ର ସେ ତାଙ୍କ କାମ ଠିକଭାବରେ କରୁନଥିବାରୁ ତାଙ୍କ ଦରମା ବନ୍ଦ କରିଦିଆଯାଇଥିଲା।  ଏହି କ୍ରମରେ ୨୪ ତାରିଖରେ ଅସ୍ତ୍ରାଗାର ନିକଟରେ ଏକ ଭୋଜି ଚାଲିଥିଲା। ସେଦିନ ସେ ମାଗାଜିନ ଚୋରି କରିଥିଲା କିନ୍ତୁ ବାହାରକୁ ନେବାକୁ ସୁଯୋଗ ପାଇନଥିଲା । ଡିଆଇଜି କବିତା ଜଲାନଙ୍କ କହିବା ଅନୁଯାୟୀ ଗୁଳି ଜବତ କରିବା ବଡ଼ ଚାଲେଞ୍ଜ ଥିଲା। କିନ୍ତୁ ଯାହା ଉଦ୍ଧାର ହେଇଛି ସେତିକି ଚୋରି ହୋଇଛି ନା କିଛି ଅଧିକ ଚୋରି ହୋଇଛି ତାହାର ତନାଘନା ଚାଲିଛି ।

Subscribe

National International State Sports Entertainment