ଓଲଟି ପଡ଼ିଲା କନ୍ୟାଯାତ୍ରୀ ଭ୍ୟାନ, ଜଣେ ମୃତ, ୧୦ ଗୁରୁତର
Khabar Odisha:State-Odisha-Road-accident
ବଲାଙ୍ଗୀର, ଫେବୃଆରୀ ୧୧(ଖବର ଓଡ଼ିଶା):

ବିବାହ ପରେ କନ୍ୟାକୁ ଛାଡ଼ିବାକୁ ଯାଉଥିବା ଏକ କନ୍ୟାଯାତ୍ରୀ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ଜଣରୁ ଉର୍ଦ୍ଧ୍ଵ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଟିଟଲାଗଡ଼ ମେଡ଼ିକାଲକୁ ନିଆଯାଉଥିବା ଜଣାପଡ଼ିଛି । ଏହି ଘଟଣା ବଲାଙ୍ଗୀର ଜିଲ୍ଲା କିରିମିରା ନିକଟରେ ଘଟିଛି।

ସୂଚନା ମୁତାବକ, ବିବାହ ପରେ କନ୍ୟାଯାତ୍ରୀଙ୍କୁ ନେଇ ଭ୍ୟାନଟି ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ନାଲାଝରକୁ ଯାଉଥିଲା। ମାତ୍ର ଭାରସାମ୍ୟ ହରାଇବାରୁ କିରିମିରା ନିକଟରେ ଭ୍ୟାନଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଟିଟଲାଗଡ଼ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି ।

Subscribe

National International State Sports Entertainment