ଢେଙ୍କାନାଳ ସେଲଟର ହୋମ୍ ଘଟଣା, ବଢିଲା ଫୟାଜ ରେହମାନଙ୍କ ରିମାଣ୍ଡ ଅବଧି
Khabar Odisha:Special-POCSO-court-grants-Police-permission-to-take-shelter-home-managing-director-Fayaz-Rahman-on-remand-for-2-more-days
ଢେଙ୍କାନାଳ,ଡିସେମ୍ବର ୦୫(ଖବର ଓଡ଼ିଶା):

ଢେଙ୍କାନାଳ ବେଲଟିକିରି ସେଲଟର ହୋମର ଅଧ୍ୟକ୍ଷ ଡ. ଫୟାଜ ରେହମାନଙ୍କ ରିମାଣ୍ଡର ଅବଧି ବୃଦ୍ଧି ପାଇଛି। ରେହମାନଙ୍କ ରିମାଣ୍ଡ ସୀମା ଆଜି ସରୁଥିବା ବେଳେ ଅବଧୀକୁ ପୁଣି ଦୁଇ ଦିନ ବଢାଇ ଦିଆଯାଇଛି । ପୋଲିସ ଫୟାଜକୁ ଆଉ ଚାରି ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ସ୍ୱତନ୍ତ୍ର ପୋସ୍କ କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି।

ଅନ୍ୟପକ୍ଷେ ଫୟାଜ ରେହମାନର ଦୁଇ ଦିନିଆ ରିମାଣ୍ଡରୁ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ହୋମକୁ ଚଳାଇବା ପାଇଁ ଅଭିଯୁକ୍ତ ରେହମାନର ପାଣ୍ଠିକୁ ବିପୁଳ ମାତ୍ରାରେ ଟଙ୍କା ଆସୁଥିଲା । ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬ କୋଟି ଟଙ୍କା ଆସୁଥିଲା। ତନ୍ମଧ୍ୟରୁ ପ୍ରତି ବର୍ଷ ପ୍ରାୟ ୧୪ ରୁ ୧୫ କୋଟି ଟଙ୍କା ବିଦେଶରୁ ଆସୁଥିଲା। ଏହି ଟଙ୍କା ପିଲାଙ୍କ ପଢା, ଜାଗା କିଣା ଓ ଘର ତିଆରିରେ ଖର୍ଚ୍ଚ କରାଯାଉଥିଲା। ୟୁଏସଏରୁ ଡଲାର ଆକାରରେ ଏହି ଟଙ୍କା ଆସି ପ୍ରଥମେ ପଶ୍ଚିମବଙ୍ଗ ସାଲଗଡିଆ ଆକାଉଂଟକୁ ଆସିଥାଏ ଏବଂ ପରେ ଭୁବନେଶ୍ୱରର ଏସବିଆଇ ମୁଖ୍ୟ ଶାଖାକୁ ଆସିଥାଏ ବୋଲି ଢେଙ୍କାନାଳ ଏସପି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି।

ତେଣୁ ରେହମାନ ରିମାଣ୍ଡ ଅବଧି ବଢିବା ଦ୍ୱାରା ଅନେକ ଲୁଚି ରହିଥିବା ଗୁପ୍ତ ତଥ୍ୟ ବାହାରକୁ ଆସିବ ଓ ଏହା ସହିତ ବିଦେଶୀ ଲିଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିବା ଆଶଙ୍କା ରହିଛି।  

Subscribe

National International State Sports Entertainment