ଚୋରୀ କରିବାକୁ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ: ଦକ୍ଷିଣାଞ୍ଚଳ ଡିଆଇଜି
Khabar Odisha:Minor-girls-Gang-raped-By-Thief-Row-Accused-arrest-soon-said-DIG
ଗଞ୍ଜାମ, ନଭେମ୍ବର ୦୪(ଖବର ଓଡ଼ିଶା):

 ଗଞ୍ଜାମ ପୋଲସରା ଅଞ୍ଚଳରେ ଚୋରୀ କରିବାକୁ ଆସି ଘରେ ଶୋଇଥିବା ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ । ଅଭିଯୁକ୍ତଙ୍କ ଗିରଫ ପାଇଁ ବିଶେଷଜ୍ଞ ଟିମର ସହାୟତା ଲୋଡାଯାଇଛି। ପୀଡିତାଙ୍କ ବୟାନକୁ ଅଧାର କରି ଅଭିଯୁକ୍ତଙ୍କ ସ୍କେଚ୍ ଜାରି କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।  

 ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ଧୋୟାକଣା ଗ୍ରାମରେ ଗତ ୩୧ ତାରିଖ ରାତିରେ ତିନି ଜଣିଆ ଚୋର ଦଳ ନାବାଳିକାଙ୍କ ଘରେ ପଶି କିଛି ଆସବାବପତ୍ର ଚୋରୀ କରିଥିଲେ। ଏତିକି ବେଳେ ଚୋରଙ୍କ କାମୁକ ଦୃଷ୍ଟି ପଡିଥିଲା ଘରେ ଶୋଇଥିବା ୯ ବର୍ଷର ନାବାଳିକାଙ୍କ ଉପରେ । ସେମାନେ ତାଙ୍କୁ ସେଠାରୁ ଉଠାଇ ନେଇ ଗ୍ରାମ ନିକଟସ୍ଥ କ୍ଷେତରେ ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କୁ ଅଚେତ୍ ଅବସ୍ଥାରେ ଛାଡି ଦୁର୍ବୃତ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରିଥିଲେ ।

ସମ୍ପ୍ରତି ପୀଡିତା ଜଣକ ଏବେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। କବିସୂର୍ଯ୍ୟନଗର ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୮ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ଅଦ୍ୟାବଧି ମାମଲାରେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ। 

Subscribe

National International State Sports Entertainment