ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
Khabar Odisha:Minister-Sons-BadriNarayana-Patra-Got-Condition-Bail-From-Odisha-High-Court
କଟକ, ୦୫ ଡିସେମ୍ବର(ଖବର ଓଡ଼ିଶା):

ସନସେନାର ଯୁବକଙ୍କୁ ଆକ୍ରମଣ ମାମଲାରେ ଦୀର୍ଘ ଅଢେଇ ମାସରୁ ଉର୍ଦ୍ଧ୍ୱ ଜେଲ ହାଜତରେ ଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଦ୍ୱିତୀୟ ପୂତ୍ର ଦେବାଶିଷ ପାତ୍ର ଓରଫ ଟୁଟୁକୁ ବୁଧବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଥରେ ଘସିପୁର ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ, ଦେବାଶିଷଙ୍କ ନେତୃତ୍ୱରେ ସେପ୍ଟେମ୍ବର ୦୬ ତାରିଖରେ ଘସିପୁରା ବସଷ୍ଟାଣ୍ଡରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହାର କିଛି ସମୟ ପରେ ଶୈଲଙ୍ଗ ଠାରେ ସନାସେନାର ୬ ଜଣ ସମର୍ଥକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ସେହିପରି ଘଟଣାର କେତେ ଦିନ ପରେ ପଦନା ଛକରେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ସାହୁଙ୍କୁ ଧରିବା ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିଲା ।ଏହି ମାମଲାରେ ଦେବାଶିଷଙ୍କ ନାମରେ ରୁଜୁ କରି ତିନୋଟି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଥିବା ବେଳେ ସନସେନାର ଆକ୍ରମଣ ମାମଲାରେ ସେ କେନ୍ଦୁଝର ଜେଲରେ ଥିଲେ। 

ଦେବାଶିଷଙ୍କ ଓକିଲ ହାଇକୋର୍ଟରେ ଜାମିନ ଆବେଦନ କରିବା ପରେ ଗତକାଲି ହାଇକୋର୍ଟରେ ଏହାର ଶୁଣାଣି କରାଯାଇ ରାୟକୁ ସଂରକ୍ଷିତ ରଖାଯାଇଥିଲା। ତେବେ ଆଜି ଏହାର ଶୁଣାଣି କରାଯାଇ ଦେବାଶିଷଙ୍କୁ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି।            

Subscribe

National International State Sports Entertainment