ବିହାର: ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
Khabar Odisha:Local-BJP-leader-shot-dead-in-Bihar

ପାଟଣା, ଜାନୁଆରୀ ୧୦ (ଖବର ଓଡ଼ିଶା): ଦୁଇ ଦିନ ତଳେ ଗୁଜୁରାଟରେ ଜଣେ ବିଜେପିର ପୂର୍ବତନ ବରିଷ୍ଠ ନେତାଙ୍କୁ ଚଳନ୍ତା ଟ୍ରେନରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ବୁଧବାର ବିହାରରେ ଜଣେ ଭାରତୀୟ ଜନତା ପାର୍ଟିର ନେତା ମଧ୍ୟ ଅନୁରୂପ ଭାବରେ ହତ୍ୟାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ ମୁଜାଫରପୁର ଜିଲ୍ଲାରେ ବାଇଜୁ ପ୍ରସାଦ ଗୁପ୍ତା ନାଁରେ ଜଣେ ବ୍ୟକ୍ତିମାନଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । 

ପୋଲିସ କହିଛି, ସିୱାଇପଟି ପୋଲିସ ଥାନା ଅନ୍ତର୍ଗତ ପାକରି ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ହସ୍ପିଟାଲ କାମରେ ଆସିଥିବା ବାଇଜୁ ଏକ ନିଦ୍ଧିଷ୍ଟ ସ୍ଥାନରେ ବସିଥିବା ବେଳେ ଜଣେ ଅଜଣା ଲୋକ ତା’ଙ୍କ ନିକଟକୁ ଆସିଥିଲା ଓ ମେଡିସିନ ବାବଦରେ କିଛି ପଚାରିବା ପରେ ଅଚାନକ ଗୁଳି କରି ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚିଥିଲା । ଘଟଣାସ୍ଥଳରୁ ପୋଲିସକୁ ଫୁଟନ୍ତା ଗୁଳି ମିଳିଛି । ଗୁଳିକାଣ୍ଡରେ ଆହତ ଗୁପ୍ତାଙ୍କୁ ପୋଲିସ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଂଚାଇ ପାରି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । 

ସୂଚନାଯୋଗ୍ୟ ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ଚଳିତ ମାସ ୭ ତାରିଖରେ କେହି ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ଜୟନ୍ତୀଲାଲ ଘଟଣା ଦିନ ସାୟଜୀ ନଗରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତୀଲାଲ ବସିଥିବା ବଗିକୁ କେହି ଜଣେ ଦୁର୍ବୃତ୍ତ ପଶିଆସ ଅଚାନକ ଗୁଳି କରି ଫେରାର ହୋଇଯାଇଥିଲା । ଜିଆରପି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଗୁଜୁରାଟ ବିଜେପି ଶାଖାର ପୂର୍ବତନ ସଭାପତି ଜୟନ୍ତୀଲାଲ ଭାନୁଶାଳୀ ଏକ ମାମଲାରେ ଛନ୍ଦି ହେବା ପରେ ଗତ ବର୍ଷ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜୟନ୍ତୀଲାଲ ଅବଡାସ ବିଧାନସଭା ଆସନରୁ ୨୦୦୭ରୁ ୨୦୧୨ ବିଧାୟକ ଥିଲେ । 

 

  • Tags:

Subscribe

National International State Sports Entertainment