୭.୫୧ କୋଟି ଟଙ୍କା ଜବତ, ୪ ଗିରଫ
Khabar Odisha:Hyderabad-police-arrested-four-persons-and-seized-751-crore-cash

ହାଇଦ୍ରାବାଦ, ନଭେମ୍ବର ୦୮ (ଖବର ଓଡ଼ିଶା): ହାଇଦ୍ରାବାଦର ଟାକ୍ସ ଫୋର୍ସ ପୋଲିସ ଓ ସୈଫାବାଦ ପୋଲିସ ବୁଧବାର ୭.୫୧ କୋଟି ଟଙ୍କା ଜବତ କରିଛି । ଏହି ବିପୁଳ ପରିମାଣର ଟଙ୍କା ସହିତ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଟଙ୍କା କେଉଁଠୁ ଆସିଥିଲା ଓ କେଉଁଠିକୁ ଯାଇଥାନ୍ତା, ସେ ନେଇ ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି । ଏହା ପୂର୍ବରୁ ପୋଲିସ ଗତ ଅକ୍ଟୋବର ୨୯ରେ ଯାଞ୍ଚ ବେଳେ ୧ କୋଟି ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା । ତେଲେଙ୍ଗାନାରେ ଆଗାମୀ ଡିସେମ୍ବର ୭ରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଅସାମାଜିକ ଲୋକଙ୍କ ଉପରେ ନଜର ରଖିଛି । 

ପୋଲିସ ଟଙ୍କା ଜବତ କରିବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମାମଲା ରୁଜୁ କରିଛି । ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଯେ ଅଭିଯୁକ୍ତମାନେ ଏତେ ପରିମାଣରେ ଟଙ୍କା କେଉଁଠୁ ଠୁଳ କଲେ ଏବଂ କେଉଁଠିକୁ ଏଟି ଟଙ୍କା ନେଇ ଯାଇଥାନ୍ତେ । ନିର୍ବାଚନ ପୂର୍ବରୁ ଏମିତି ଭାବରେ ଟଙ୍କା ଚାଲାଣ ହେଉଛି କି, ସେ ନେଇ ପୋଲିସ ନଜର ରଖିଛି । 

ସୂଚନାଯୋଗ୍ୟ ତେଲେଙ୍ଗାନା ନିର୍ବାଚନ ପାଇ ଡିସେମ୍ବର ୭ରେ ମତଦାନ ହେବ । ଡିସେମ୍ବର ୧୧ରେ ମତଗଣନା ହେବ । ଏଥି ପାଇଁ ନଭେମ୍ବର ୧୨ରେ ବିଜ୍ଞପ୍ତି ଜାରି ହେବାକୁ ଥିବା ବେଳେ ନଭେମ୍ବର ୧୯ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ନଭେମ୍ବର ୨୨ । ତେଲେଙ୍ଗାନା ରାଷ୍ଟ୍ର ସମିତି ନେତୃତ୍ୱରେ ପରିଚାଳିତ କେ ଚନ୍ଦ୍ରଶେଖର ରାଓଙ୍କ ସରକାର କ୍ଷମତାରେ ଥିଲା । ସେ ସେପ୍ଟେମ୍ବର ୬ରେ ସରକାର ଭାଙ୍ଗି ଦେଇଥିଲେ । ତେଲେଙ୍ଗାନା ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ହେଉଛି । 

 

  • Tags:

Subscribe

National International State Sports Entertainment