ବାପପୁଅଙ୍କୁ ଗୁଳି ମାମଲା: ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ଗିରଫ
Khabar Odisha:Fater-and-Son-firing-Row-Jeypore-Koraput-Youth-BJD-President-Arrested
କୋରାପୁଟ, ନଭେମ୍ବର ୮(ଖବର ଓଡ଼ିଶା):

ବାପପୁଅଙ୍କୁ ଗୁଳି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜୟପୁରର ପୂର୍ବତନ ଯୁବ ବିଜେଡି ସଭାପତି ବିକାଶ ପାତ୍ର ଗିରଫ ହୋଇଛନ୍ତି। ବିକାଶଙ୍କୁ ପଶ୍ଚିମବଙ୍ଗରୁ ଜୟପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଘଟଣା ପରେ ଫେରାର ଥିବା ବିକାଶଙ୍କୁ ପୋଲିସ ଆଜି ଗିରଫ କରିଛି।

ଗତ ସେପ୍ଟେମ୍ବର ୨୫ ତାରିଖରେ କୋରାପୁଟ ଜିଲା ଜୟପୁର ସହରର ରାଜନଅର ଛକରେ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡରେ ବାପା ନରେନ୍ଦ୍ର ନାଥ ନାୟକ ଓ ପୁଅ ସନ୍ତୋଷ ନାୟକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ବିକାଶ ପାତ୍ର ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ବିକାଶଙ୍କୁ ବିଜେଡି ଓ ପଦରୁ ନିଲମ୍ବନ କରାଯାଇଥିଲା।       

ପ୍ରକାଶ ଥାଉକି, ଏହି ଘଟଣାକୁ ନେଇ ଜୟପୁର ରାଜନୀତି ମଧ୍ୟ ଜୋର ଧରିଥିଲା। କଂଗ୍ରେସ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଗୁଳି ମାଡ ଘଟଣାରେ ସେ ବିଜେଡି ନେତାଙ୍କୁ ଟାଣିଥିଲେ। ଗୁଳିମାଡ ପଛରେ ପୂର୍ବତନ ମନ୍ତ୍ରୀ ତଥା ଜୟପୁରର ପୂର୍ବତନ ବିଜେଡି ବିଧାୟକ ରବି ନାରାୟଣ ନନ୍ଦଙ୍କ ହାତ ଥିବା ସେ ଅଭିଯୋଗ କରିବା ସହ ତାଙ୍କ ଗିରଫ ଦାବି କରିଥିଲେ।  

Subscribe

National International State Sports Entertainment