ବିବାହ ପୂର୍ବରୁ ସେଲ୍ଫି ନେବାରୁ ପାକିସ୍ତାନୀ ଭାବି ଦମ୍ପତ୍ତିଙ୍କୁ ହତ୍ୟା କଲେ ପରିବାର ଲୋକେ
Khabar Odisha:Engaged-Pak-couple-killed-by-family-for-taking-selfies

ଇସଲାମାବାଦ, ଡିସେମ୍ବର ୦୪ (ଖବର ଓଡ଼ିଶା): ବିବାହ ପୂର୍ବରୁ ସାକ୍ଷାତ କରିବାରକୁ ପାକିସ୍ତାନରେ ଏକ ଭାବି ଦମ୍ପତ୍ତିଙ୍କୁ ଉପଯୁକ୍ତ ଶାସ୍ତି ମିଳିଛି । ପିତାଙ୍କ ଦ୍ୱାରା ଯୁବତୀଙ୍କୁ ବିଷପାନ କରାଇ ହତ୍ୟା କରାଯାଇଥିଯବା ବେଳେ ଯୁବତୀଙ୍କ ଭାବି ସ୍ୱାମୀଙ୍କୁ ପରିବାର ଲୋକେ ଗୁଳିକରିଛନ୍ତି । ଭାବି ଦମ୍ପତ୍ତିଙ୍କ ଭୁଲ ଏହା ଥିଲା ଯେ, ସେମାନେ ବିବାହ ପୂର୍ବରୁ ଏକ ନିଦ୍ଦିଷ୍ଟ ସ୍ଥାନରେ ଗୋପନରେ ସାକ୍ଷାତକରି ସେଲ୍ଫି ନେଇଥିଲେ । 

ପାକିସ୍ତାନର ଖବରକାଗଜ ‘ଡନ’ ରିପୋର୍ଟ କରିଛି ଯେ, ପିତା ନିଜ ଝିଅକୁ ବିଷ ଦେଇ ହତ୍ୟା କରିଛି । ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କୁ ଭେଟିବା ନେଇ ପରିବାର ଲୋକେ ବିରୋଧ କରୁଥିଲେ । ଗୋଟିଏ ସମୟରେ ଉଭୟ ଯୁବତୀ ଏବଂ ଯୁବକଙ୍କୁ ହତ୍ୟା କରାଯାଇଛି । ଜଣେ ମହିଳା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଅଭିଯୋଗରେ ମହିଳା କହିଛନ୍ତି, ଭାବି ସ୍ୱାମୀଙ୍କ ପରିବାର ଲୋକେ ନିଜ ଘରକୁ ଅତିଥି ଭାବରେ ଆସିଥିବା ବେଳେ ଯୁବତୀ ଏବଂ ତାଙ୍କର ଭାବି ସ୍ୱାମୀ ଆସିଥିଲେ । ସେହି ସମୟରେ ସେମାନେ ମୋବାଇଲରେ ସେଲଫି ନେଇଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପା ଏବଂ ଜେଜେବାପାଙ୍କୁ ଗିରଫ କରିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ପିତା କହିଛି, କରାଚୀସ୍ଥିତ ତାଙ୍କ ବାସଭବନରେ ଝିଅ ବିଷପାନ କରି ଆତ୍ମହତ୍ୟା କରିଛି । 

 

  • Tags:

Subscribe

National International State Sports Entertainment