ରାଉରକେଲା, ଫେବୃଆରୀ ୧୧(ଖବର ଓଡ଼ିଶା):
ରାଉରକେଲାରେ ସ୍କୁଟିକୁ ଟ୍ରଲର ଧକ୍କା ଦେବା ଫଳରେ ଦୁଇଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ବ୍ରାହ୍ମଣୀ ତରଙ୍ଗ ଟିସିଆର ଛକରେ ଏହି ଦୁର୍ଘଟଣାଟି ଘଟିଛି ।
ସୂଚନା ମୂତାବକ, ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଟିସିଆର ଛକରେ ଏକ ସ୍କୁଟିକୁ ଟ୍ରଲରଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବତୀ ମୃତ୍ୟୁବରଣ କରିଛନ୍ତି । ନୂଆ ସ୍କୁଟିରେ ଯିବା ବେଳେ ରାସ୍ତାରେ ଟ୍ରଲରଟି ସ୍କୁଟି ଉପରେ ମାଡ଼ିଯାଇଥିଲା । ତେବେ ମୃତ ଯୁବତୀ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।
ଦୁର୍ଘଟଣା ଘଟାଇବା ପରେ ଟ୍ରଲର ସହ ଡ଼୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।