ପୋଲିସ ପରିଚୟ ଦେଇ ନେଇଗଲେ ୭ ଭରି ସୁନା
Khabar Odisha:Crime-Odisha-Gold-loot-from-a-old-couple
ବ୍ରହ୍ମପୁର,ଫେବୃଆରୀ ୧୦(ଖବର ଓଡ଼ିଶା):

 ଅଜଣା ବ୍ୟକ୍ତିଙ୍କ କଥାରେ ପଡ଼ି ସେମାନଙ୍କ ମିଥ୍ୟାକଥାକୁ ବିଶ୍ଵାସ କରି ଲୋକେ ବିପଦରେ ପଡ଼ିଥିବା ଅନେକ ନଜରକୁ ଆସୁଛି । ଆଜି ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ନିଜକୁ ପୋଲିସ କହି ସୁରକ୍ଷା ଦେବା ଆଳରେ  କଲେ ଲୁଟ କରିଛନ୍ତି ଦୁବୃର୍ତ । ଏହି ପରି ଏକ ଘଟଣା ବ୍ରହ୍ମପୁର ସହରରେ ଚାଂଚଲ୍ୟ ଖେଳାଇ ଦେଇଛି ।

ଏଠାରେ ଦମ୍ପତିଙ୍କ ଠାରୁ ଭୁଆଁ ବୁଲାଇ ଲୁଟେରାମାନେ ସାତ ଭରି ଓଜନର ସୁନାଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳା ଜଣକ ଥାନାରେ ମାମଲା ରୁଜୁ କରିଛନ୍ତି।

ସୂଚନା ମୁତାବକ ରବିବାର ଦିନ  ଦ୍ୱିପ୍ରହରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଜୟପ୍ରକାଶ ନଗର ମୁଖ୍ୟ ରାସ୍ତା ଉପରେ ବୃଦ୍ଧା ଦମ୍ପତି ଯାଉଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ଥିଲେ। ସେମାନେ ବୃଦ୍ଧାଙ୍କ ପାଖକୁ ଆସି ସିବିଆଇ ଅଫିସର ପରିଚୟ ଦେଇ ଏମିତି ସୁନାଗହଣା ପିନ୍ଧି ରାସ୍ତାରେ ଗଲେ ଚୋର ନେଇଯିବାର ଭୟ ଦେଖାଇଥିଲେ। ଏହା ସହିତ ସମସ୍ତ ସୁନାଗହଣା ଗୋଟିଏ ରୁମାଲରେ ବାନ୍ଧି ନେବାକୁ ବୃଦ୍ଧାଙ୍କୁ କହିଥିଲେ । ଏହି ଅଜଣା ବ୍ୟକ୍ତିଙ୍କ କଥାରେ ଭାସିଯାଇଥିଲେ ବୃଦ୍ଧା ଏବଂ ସବୁ ସୁନା ଦେହରୁ ଖୋଲି ରୁମାଲରେ ରଖିଥିଲେ । ଫଳରେ ରୁମାଲରେ ସାତ ଭରି ଓଜନର ସୁନାଗହଣା ଗୁଡ଼ାଇବା ମାତ୍ରେ ଝାମ୍ପିନେଇଛନ୍ତି  ଦୁବୃର୍ତ୍ତ । ଏହାକୁ ନେଇ ବୃଦ୍ଧା ଜଣକ ସ୍ଥାନୀୟ ଥାନାରେ ଏତଲା ଦାୟର କରିଛନ୍ତି। ତାଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment