ପରକୀୟା ପ୍ରୀତିର କରୁଣ ପରିଣତି, ଦୁଇଜଣଙ୍କୁ ହତ୍ୟା
Khabar Odisha:Crime-Odisha-Double-murder-in-baleswar
ବାଲେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

ପରକୀୟା ପ୍ରୀତିର କରୁଣ ପରିଣତି । ବାଲେଶ୍ୱର ଜିଲ୍ଲା ରାଣୀପାଟଣାବ୍ୟାଙ୍କ କଲୋନୀର ଏକ ଘରୁ ଜଣେ ମହିଳା ଓ ପୁରୁଷଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ପରକୀୟା ପ୍ରୀତିରୁ ଏହି ଡ଼ବଲ ମର୍ଡ଼ର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନା ମୂତାବକ, ବାଲେଶ୍ୱର ଜିଲ୍ଲା ରାଣୀପାଟଣାସ୍ଥିତ ବ୍ୟାଙ୍କ କଲୋନୀର ଗୋଟିଏ ଘରୁ ଦୁଇଜଣଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ଏହି ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପରକୀୟା ପ୍ରୀତିରୁ ଏହି ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ସ୍ୱାମୀ  ଉଭୟଙ୍କୁ ଲୁହା ରଡରେ ମାରି ହତ୍ୟା କରିଥିବା ସୂଚନା ମିଳିଛି ।

ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ତନାଘନା ଆରମ୍ଭ କରିବା ସହ ମୃତ ମହିଳାଙ୍କ ସ୍ୱାମୀ କୋ÷ଳାସ ସାହୁଙ୍କୁ ଗିରଫ କରିଛି ରାଣିପାଟଣା ପୋଲିସ । ପ୍ରାଥମିକ ତଦନ୍ତରୁ ପରକୀୟା ପୀତିରୁ ମର୍ଡ଼ର କରାଯାଇଥିବା ଜଣାପଡ଼ିଛି । ଅଧିକ ତଥ୍ୟ ପାଇଁ ପୋଲିସ କୋ÷ଳାସଙ୍କୁ ପଚରାଉଚରା କରୁଛି ।

Subscribe

National International State Sports Entertainment