ପୁଣି ଲଜ୍ଜା: ଗଣଦୁଷ୍କର୍ମର ଶିକାର ହେଲେ ଅଙ୍ଗନବାଡି ଦିଦି
Khabar Odisha:Anganwadi-worker-abducted-gang-raped
ଢେଙ୍କାନାଳ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅଞ୍ଚଳରେ ଜଣେ ଅଙ୍ଗନବାଡି ଦିଦିଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ଆଜି ଗଂଦିଆ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  

ଗତକାଲି ସଂଧ୍ୟାରେ ମମତା ଯୋଜନା ମିଟିଂ ସାରି ଅଙ୍ଗନବାଡି ଦିଦି ଜଣକ ନିଜ ଭାଈଙ୍କ ସହ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଥିଲା । ତିନିଜଣ ଦୁର୍ବୃତ୍ତ ତାଙ୍କ ଭାଇଙ୍କୁ ମାଡ ମାରିବା ସହ ତାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରାତିରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ତନାଘନା ଚଳାଇଥିଲା ବେଳେ ସେମାନଙ୍କୁ ମଙ୍ଗଳବାର ସକାଳୁ ଗିରଫ କରିଥିଲା।  ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତମାନେ ଏହିଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

  • Tags:

Subscribe

National International State Sports Entertainment