ଅଙ୍ଗନବାଡ଼ି କର୍ମୀଙ୍କୁ ଅପହରଣ କଲେ ଦୃବୁର୍ତ୍ତ ,କାରଣ ଅସ୍ପଷ୍ଟ
Khabar Odisha:Aganwadi-worker-kidnapped
କଂଟାବାଞ୍ଜି,ଡ଼ିସେମ୍ବର ୦୧ (ଖବର ଓଡ଼ିଶା)

 କଂଟାବାଞ୍ଜିରେ ଜଣେ ମହିଳାଙ୍କୁ ଦୃବୁର୍ତ୍ତମାନେ ଅପହରଣ କରିଥିବା ଜଣାପଡ଼ିଛି । ମହିଳା ଜଣକ ପେଷାରେ ଜଣେ ଅଙ୍ଗନବାଡ଼ି କର୍ମୀ ହୋଇଥିବା ଜଣା ପଡ଼ିଛି। ବାଧନପାଲି ଅଂଚଳର ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ କିଛି ଦୃବୁର୍ତ୍ତ ଅଧା ରାସ୍ଥାରୁ ଉଠେଇ ନେଇ ଯାଇଥିବା ଜଣାପଡ଼ିଛି। 

ସୂଚନା ମୁତାବକ ଅନ୍ୟ ଜଣେ ସହ କର୍ମୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଧାବନଡ଼ଙ୍ଗା ନିକଟରୁ ୪ ଜଣ ଦୃବୁର୍ତ୍ତ ଏକ ବୋଲେରରେ ଆସି ଅଙ୍ଗନବାଡ଼ି କର୍ମୀଙ୍କୁ ଅପହରଣ କରିଥିଲେ। ବର୍ତ୍ତମାନ ସୁଧା ଅପହରଣର କାରଣ ଅସ୍ପଷ୍ଟ ରହିଛି । ଅଙ୍ଗନବାଡ଼ି କର୍ମୀଙ୍କୁ କିଏ ଓ କଣ ପାଇଁ ଅଧା ରାସ୍ତାରୁ ଉଠେଇ ନେଲେ ଜଣା ପଡ଼ିନାହିଁ। ଅଙ୍ଗନବାଡ଼ି ମହିଳା କର୍ମୀଙ୍କ ଅପହରଣ ଘଟଣା  ପଛରେ କଣ କାରଣ ରହିଛି ଏ ପର୍ଯ୍ୟନ୍ତ ତାହା ସଂଦେହ ଘେରରେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  

Subscribe

National International State Sports Entertainment