ଅଭିଜିତ ଆୟାରଙ୍କ ହାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି
Khabar Odisha:Abhijit-Ayer-Mitra
ଭୁବନେଶ୍ୱର, ୬ ନଭେମ୍ବର(ଖବର ଓଡ଼ିଶା):

ଜେଲରେ ରହିଥିବା ଅଭିଜିତ ଆୟାର ମିତ୍ର ଜେଲ କ୍ୟାମ୍ପ କୋର୍ଟରେ କରିଥିବା ଜାମିନ ଆବେଦନର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି । ଅନ୍ୟପକ୍ଷରେ ଜେଲର ହାଜତ ମିଆଦକୁ ୧୪ ଦିନ ବୃଦ୍ଧି କରିଛନ୍ତି । ଗତମାସ ୨୩ ତାରିଖରୁ ଗିରଫ ହୋଇ ଶ୍ରୀ ଆୟାର ଜେଲରେ ରହିଛନ୍ତି । ଓଡ଼ିଶା ଏବଂ କୋଣାର୍କ ପ୍ରତି ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ପ୍ରକାଶ ଥାଉକି, ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର  ନିକଟରେ ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମ୍ମୁଖରେ ଅଭିଜିତ ନିଜର ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠର ତର୍ଜମା କରାଯିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନରସିଂହ ପ୍ରକାଶ କରିଥିଲେ।   

Subscribe

National International State Sports Entertainment