ମଧ୍ୟପ୍ରଦେଶ: ନାବାଳିକା ଛାତ୍ରୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଶିକ୍ଷକ ଗିରଫ
Khabar Odisha:A-teacher-of-a-school-in-Pandagaon-was-arrested

ଭୋପାଳ, ଡିସେମ୍ବର ୦୨ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଶେହୋର ଜିଲ୍ଲାରେ ଏହି ଘଟଣା ଘଟିଛି । ଏଏସପି ସମୀର ଯାଦବ କହିଛନ୍ତି, ପାଣ୍ଡାଗାଓ ସ୍କୁଲର ଜଣେ ଶିକ୍ଷକ ସ୍କୁଲରେ କ୍ଲାସ ବାହାରେ ନାବାଳିକା ଛାତ୍ରୀମାନଙ୍କୁ ଡାକି ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖାଉଥିଲା ।

ନାବାଳିକା ଛାତ୍ରୀମାନେ ଘଟଣା ସଂପର୍କରେ ନିଜ ଅଭିଭାବକମାନଙ୍କୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଭାବକଙ୍କ ଦ୍ୱାରା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । 

 

  • Tags:

Subscribe

National International State Sports Entertainment