ଦେବ୍ରିଗଡ଼ରୁ ବାଘର ମୃତଦେହ ମିଳିବା ଘଟଣାରେ ୩ ଗିରଫ, ଘଟଣାସ୍ଥଳରୁ ମିଳିଲା ବାଘର ପଞ୍ଝା ଓ ନିଶ
Khabar Odisha:3-arrested-in-tiger-dead-body-found-debrigarh-jungle-row
ବରଗଡ, ୩ ନଭେମ୍ବର (ଖବର ଓଡ଼ିଶା):

ବରଗଡ଼ ସ୍ଥିତ ଡେବ୍ରିଗଡ଼ ଅଭୟାରଣ୍ୟରୁ ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଶନିବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହ ଘଟଣାସ୍ଥଳ ନିକଟ ବାଉଁଶ ବୁଦାରୁ ବାଘର ପଞ୍ଝା ଓ ନିଶ ମଧ୍ୟ ବନ ବିଭାଗ ଜବତ କରିଛି ବୋଲି ଏସିଏଫ୍‌ ମଦନଲାଲ ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।  

ସୂଚନାଯୋଗ୍ୟ, ଗତ ରବିବାର ଦେବ୍ରିଗଡ ଜଙ୍ଗଲରୁ ଏକ ବାଘର ଗଳିତ ଶବ ଉଦ୍ଧାର କରାଯାଇଥିଲା। ମୃତ ଜୀବ ମହାବଳ ବାଘ ବୋଲି ଚର୍ଚ୍ଚା ହେବା ପରେ ବନ ବିଭାଗ ପକ୍ଷରୁ ଏହାକୁ କଲରାପତରିଆ ବାଘ ବୋଲି କୁହାଯାଇଥିଲା। ମୃତ ବାଘ ମହାବଳ କିମ୍ବା କଲରାପତରିଆ ତାହା ଏଯାବତ ସ୍ପଷ୍ଟ ହୋଇନଥିବା ବେଳେ ଦିଲ୍ଲୀର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ) ଏହାର ତଦନ୍ତ କରୁଅଛି। ସେହିପରି ଏହି ମାମଲାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଜଣ ବନ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ଖଜୁରିଆ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ଡିଭିଜିଓନାଲ୍ ଫରେଷ୍ଟ ଅଫିସର ଅଭୟ ଦଳେଇ ନିଲମ୍ବିତ କରିଥିଲେ। 

Subscribe

National International State Sports Entertainment