ମିଗ୍‌-୨୯ ଉଡାଇ ଦେଶର ସର୍ବକନିଷ୍ଠ ମହିଳା ପାଇଲଟ୍‌ ହେବାର ଆଶା ରଖିଛନ୍ତି ଆଏଶା
Khabar Odisha: kashmiri-pilot-could-become-first-indian-woman-to-fly-mig29

ଶ୍ରୀନଗର,ଏପ୍ରିଲ ୬(ଖବର ଓଡିଶା): ୨୧ ବର୍ଷରେ କର୍ମଶିଆଲ ପାଇଲଟର ଲାଇସେନ୍ସ ପାଇସାରିଛନ୍ତି ଆଏଶା ଅଜୀଜ । ଏବେ ଆଏଶା ଫାଇଟର୍‌ ଜେଟ୍‌ ମିଗ-୨୯ ଉଡାଇବାର ପ୍ରସ୍ତୁତି କରୁଛନ୍ତି । ଯଦି ଆଏଶା ମିଗ୍‌-୨୯ ବିମାନ ଉଡାଇବାରେ ସଫଳ ହୁଅନ୍ତି ତେବେ ସେ ଯୁଦ୍ଧ ବିମାନ ଉଡାଇବାର ସର୍ବ କନିଷ୍ଠ ମହିଳା ପାଇଲଟର ରେକର୍ଡ କରିବେ । ଆଏଶା ହାଇସ୍କୁଲ ପଢ଼ିବା ସମୟରେ ହିଁ ୧୬ ବର୍ଷ ବୟସରେ ଷ୍ଟୁଡେଣ୍ଟ ପାଇଲଟ ଲାଇସେନ୍ସ ପାଇଥିଲେ। 
 
ଆଏଶା କହିଛନ୍ତି ଏବେ ମୋ ଲକ୍ଷ୍ୟ ହେଲା ପବନ ସହ କଥା ହୋଇ ଫାଇଟର୍‌ ଜେଟ୍‌ ଉଡାଇବା । ମିଗ୍‌-୨୯ ଉଡାଇବା ପାଇଁ ରଶିଆନ ଏଜେନ୍ସି ସହ କଥାବାର୍ତ୍ତା କରାଯାଉଛି । ଯଦି ଏହା ଧାର୍ଯ୍ୟ ହୁଏ ତେବେ ଋଷର ସୋକୁଲ ଏୟରବେସରୁ ଜଲ୍‌ଦି ଉଡାଣ ଭରିବି । ଆହୁରି ମଧ୍ୟ ଆଏଶା କହିଛନ୍ତି କାଶ୍ମୀର ସହ ଦେଶର ସବୁ ଝିଅଙ୍କୁ ନିଜ ସ୍ୱପ୍ନ ପୁରା କରିବାର ଅଧିକାର ରହିଛି ।
 
ପାଇଲଟ ଆଏଶା ଅଜୀଜ ଜାମ୍ମୁ-କାଶ୍ମୀରର ବାରାମୁଲା ଅଞ୍ଚଳର । ପିଲାବେଳ ଠାରୁ ହିଁ ଆଏଶା ପାଇଲଟ ହେବାର ଇଛା ରଖିଥିଲେ । ୨୦୧୨ ମସିହାରେ ପ୍ରଶିକ୍ଷଣ ପାଇଁ ମୁମ୍ବାଇ ଆସି ଏକ ଫ୍ଲାଇଙ୍ଗ୍‌ କ୍ଲବ ଜଏନ କରିଥିଲେ । ଏବେ ସେ ସେଜ୍‌ନା-୧୫୨ ଓ ସେଜ୍‌ନା-୧୭୨ ବିମାନ ଉଡାଉଛନ୍ତି ଯାହା ସିଙ୍ଗିଲ୍‌ ଇଞ୍ଜିନିଯୁକ୍ତ । ତାଙ୍କ ବିମାନରେ ବହୁ ବିଶିଷ୍ଟ ଲୋକ ମଧ୍ୟ ଯାତ୍ରା କରି ସାରିଲେଣି । ନିଜ ପରିଶ୍ରମ ବଳରେ ଆଏଶା ଆଜି ଦେଶର ଅଗଣିତ ଝିଅଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି । ମାଗାର୍ଜିନ୍‌ମାନଙ୍କରେ ଫଟୋଶୁଟ୍‌ କରିବା ସହ କିଛି ଟିଭି ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି ଆଏଶା ଅଜୀଜ ।
 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments