ତଥ୍ୟ ସଂଗ୍ରାହକ ବିଭୂତି, ଖବରକାଗଜ କଟିଂ ସଂଗ୍ରହରୁ ଲିମ୍‌କା ରେକର୍ଡ
Khabar Odisha: bibhuti-enter-in-limca-book-of-record-for-cutting-newspaper-and-collect-information

ବିଭୂତି ସୃଷ୍ଟି କରିଛନ୍ତି ବିସ୍ମୟ । ୪ ଲକ୍ଷ ୫୦ ହଜାରରୁ ଅଧିକ ଖବରକାଗଜ କଟିଂ ସଂଗ୍ରହ କରି ୭୫ଟି ଫାଇଲ୍‌ରେ ସାଇତି ରଖିଛନ୍ତି । ୬୬ଟି ବିଭିନ୍ନ ଭାଗରେ ଏମିତି ସଜାଇ ହୋଇ ରହିଛି ଯେ କମ୍‌ ସମୟରେ ଖୋଜୁଥିବା ବିଷୟଟି ଉପଲବ୍ଧ ହୋଇ ପାରୁଛି । ଜଣେ ତଥ୍ୟ ସଂଗ୍ରାହକ ଭାବେ ତାଙ୍କର ବେଶ ସୁନାମ ରହିଛି ଜଟଣୀ ଅଞ୍ଚଳରେ ।
 
ଗଞ୍ଜାମ ଜିଲ୍ଳାର କବି ସୂର୍ଯ୍ୟନଗର ଠାରେ ୧୯୫୫ ମସିହା ମାର୍ଚ୍ଚ ମାସରେ ଜନ୍ମ ଗ୍ରହଣ କରିଥିବା ବିଭୂତି ପଟ୍ଟନାୟକ ୧୯୬୯ରେ ନବମ ଶ୍ରେଣୀ ପଢ଼ିବା ସମୟର ଡାକ ଟିକଟ ସଂଗ୍ରହ କରିବା ଆରମ୍ଭ କରିଥିଲେ । ପରେ ପରେ ମୁଦ୍ରା ଟଙ୍କା,ଦିଆସିଲି ଆଦି ସଂଗ୍ରହ ଦିଗରେ ମନୋନିବେଶ କରିଥିଲେ । ଓବାମା,ଅଟ୍ଟଳ ବିହାରୀ ବାଜପେୟୀ, ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କିତ ବିଭିନ୍ନ ଫଟୋ ଓ ଖବର କାଟି ସାଇତି ରଖିଛନ୍ତି ବିଭୂତି । 
 
ଦୀର୍ଘ ୪୧ ବର୍ଷ ଧରି ବିଭୂତି ତଥ୍ୟ ସଂଗ୍ରହକୁ ଜାରି ରଖିଛନ୍ତି । ନିଜ ବ୍ୟକ୍ତିଗତ ଉଦ୍ୟମରେ ଚାରି ଦଶନ୍ଧି ବ୍ୟାପୀ ସାଧନା ଓ ବିପୁଳ ତଥ୍ୟ ସଂଗ୍ରହ ପାଇଁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କୁ ସ୍ୱୀକୃତି ମିଳିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିନା ନମ୍ବରରେ ଗୋଟିଏ ୫୦ ଟଙ୍କିଆ ନୋଟ ସଂଗ୍ରହ କରି ବିଭୂତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ଦରଜ କରିଥିଲେ ।
 
ତାଙ୍କ ବଡପୁଅ ଦେବାଶିଷ ନିମନ୍ତ୍ରଣ ପତ୍ର ଓ ସାନପୁଅ ଶୁଭାଶିଷ ବ୍ୟବହୃତ ରେଳ ଟିକେଟ ସଂଗ୍ରହ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।
 
ଜଟଣୀର ଶ୍ରୀହରି ବିହାର ଠାରେ ଅବସ୍ଥାନ କରୁଥିବା ବିଭୂତି ଓଡିଶା ଜଳ ବିଦ୍ୟୁତ ନିଗମର ଜଣେ କର୍ମଚାରୀ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । 

Leave a Reply

Your email address will not be published. Required fields are marked *



Comments