ପିତ୍ତଳ କାରିଗରୀ ଆଣି ଦେଲା ପ୍ରସିଦ୍ଧି
Khabar Odisha: S-Annad-Rao-now-in-india-book-of-record

ରେଶମ ସହରର ବାସିନ୍ଦା ଏସ୍‌ ଆନନ୍ଦ ରାଓ ପିତ୍ତଳ କାରିଗରୀ ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।
 
ଆନନ୍ଦଙ୍କ ଦ୍ୱାରା ନିର୍ମିତ ପିତ୍ତଳ କାରିଗରୀକୁ ନେଇ ସହରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଏକ ଇଞ୍ଚ ବିଶିଷ୍ଟ ଚାରି ଚକିଆ ଯାନ ଠାରୁ ପିତ୍ତଳ ତିଆରି କ୍ଷେପଣାସ୍ତ୍ର ତ୍ରିଶୁଳର ନମୁନା ପର୍ଯ୍ୟନ୍ତ କାରୁକାର୍ଯ୍ୟକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି।
 
ବ୍ରହ୍ମପୁର ବଡ ବଜାର ଅଞ୍ଚଳର ବାସିନ୍ଦା ହେଉଛନ୍ତି ଏସ୍‌ ଆନନ୍ଦ ରାଓ । ସେ ପେସାରେ ଜଣେ ବ୍ୟବସାୟୀ । ଷ୍ଟୋଭ, ପ୍ରେସରକୁକର୍‌ ମରାମତି କରିବା ସହ ଗ୍ୟାସ୍‌ ଓ୍ୱେଲ୍‌ଡିଂ କାମ ମଧ୍ୟ କରନ୍ତି । ଆନନ୍ଦ ତାଙ୍କ ବାପା ଏସ୍‌ ନରସିଂହଙ୍କ ଠାରୁ ପିତ୍ତଳ ସାମଗ୍ରୀ ତିଆରି ଶିଖିଥିଲେ । ୧୬ ବର୍ଷ ବୟସରେ ଆନନ୍ଦଙ୍କ ପ୍ରଥମ ହାତ ତିଆରି ମିକ୍ସଚର୍‌ ମେସିନ୍‌ ଦେଖି ତାଙ୍କ ବାପା ଓ ଜେଜେବାପା ଖୁସି ହୋଇଥିଲେ । ତାଙ୍କ ଜେଜେ ବାପା ଏସ୍‌ ରାମନ୍ନା ପ୍ରଥମେ ଟିଣର ଡିବି ତିଆରି କରିବା ପରେ ତାକୁ ଷ୍ଟ୍ରିଟ୍‌ ଲ୍ୟାମ୍ପର ରୂପ ଦେଇଥିଲେ । ଯାହା ଆଜି ବି ଗଞ୍ଜାମର ଘରେ ଘରେ ବଞ୍ଚିଛି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆନନ୍ଦ ବିଗତ ୩୨ ବର୍ଷ ଧରି ପିତ୍ତଳ ସାମଗ୍ରୀରେ ବିଭିନ୍ନ କାରୁକାର୍ଯ୍ୟ କରି ଚଳୁଛନ୍ତି ।
 
ଆନନ୍ଦଙ୍କ କଳାକୃତି ମଧ୍ୟରେ ୧୯୭୨ର ଯୁଦ୍ଧ ଟ୍ୟାଙ୍କର୍‌, ୧୯୭୪ର ଯୁଦ୍ଧ ଜାହାଜ ଓ ଜେଟ୍‌ପ୍ଳେନ୍‌, ୧୯୭୬ର ବାଷ୍ପଚାଳିତ ଜାହାଜ ଓ କ୍ଷେପଣାସ୍ତ୍ର ତ୍ରିଶୁଳ ନିର୍ମାଣ କରି ଅନେକଙ୍କ ପାଇଁ ବିସ୍ମୟ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *



Comments