ପାରାଦୀପ ଏସାର ଷ୍ଟିଲ କମ୍ପାନୀ ଆଗରେ ୧୪୪ ଧାରା
Khabar Odisha:144-in-front-of-essar-steel-plant
ପାରାଦୀପ, ଜୁନ ୨୬(ଖବର ଓଡ଼ିଶା):

ପାରାଦୀପ ଏସାର ଷ୍ଟିଲ କମ୍ପାନୀ ଫାଟକ ଆଗରେ ୧୪୪ ଧାରା ଜାରି କରାଯାଇଛି । କମ୍ପାନୀ ଗୋଟିଏ ଗୋଷ୍ଠୀକୁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଛି । ଆଜି ଆନ୍ଦୋଳନ କରିବାକୁ ଯୋଜନା ଥିବାରୁ ସମ୍ଭାବ୍ୟ ବିଶୃଙ୍ଖଳାକୁ ଏଡ଼ାଇବାକୁ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । 

କମ୍ପାନୀ ଗୋଟିଏ ଶ୍ରମିକ ଗୋଷ୍ଠୀକୁ ସ୍ୱିକୃତୀ ପ୍ରଦାନ କରିଥିବାବେଳେ ଏହାର ପ୍ରତିବାଦ କରି ଅନ୍ୟ ଶ୍ରମିକ ସଂଗଠନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା । ସ୍ୱିକୃତି ନେଇ କମ୍ପାନୀ ପରିସରରେ ଉତେଜନା ଦେଖାଦେଇଥିଲା । ତେବେ ଆଜି ଅସନ୍ତୁଷ୍ଟ ଥିବା ଶ୍ରମିକ ସଂଗଠନ କାର୍ଯ୍ୟବନ୍ଦ କରି ବିକ୍ଷୋଭ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଆନ୍ଦୋଳନ ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ଆଶଙ୍କାରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା । ସେଥିପାଇଁ ଆଜି ଆନ୍ଦୋଳନ ପୂର୍ବରୁ ୧୪୪ ଧାରା ଜାରି କରିଛି । 

  • Tags:

Subscribe

National International State Sports Entertainment