ପତଞ୍ଜଳି ନିଯୁକ୍ତି: ଦରମା ୧୫ହଜାର, ଶୀଘ୍ର କରନ୍ତୁ ଆବେଦନ
Khabar Odisha:patanjali-is-hiring-40-to-50-salesman-in-each-district-of-the-country
ନୂଆଦିଲ୍ଲୀ, ଜୁନ ୨୦(ଖବର ଓଡ଼ିଶା):

ଯୋଗଗୁରୁ ବାବ ରାମଦେବଙ୍କ କମ୍ପାନୀ ପତଞ୍ଜଳି ସାରା ଦେଶରେ ଯୁବକଙ୍କୁ ୫୦ହଜାର ଚାକିରୀ ଦେବ ବୋଲି ଘୋଷଣା କରିଛି । ବିଭିନ୍ନ କ୍ଷେତ୍ରରେ ନିଜ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଦେଶର ସମସ୍ତ ଜିଲ୍ଲାରେ ସେଲସ୍ ମ୍ୟାନ୍ ନିଯୁକ୍ତ କରିବ । 

ବାବା ରାମଦେବଙ୍କ ପ୍ରବକ୍ତା  ଏସ କେ ତେଜରୱାଲାଙ୍କ ସୂଚନା ମୁତାବକ, ପତଞ୍ଜଳିକୁ ସାରାଦେଶରେ ୫୦ହଜାର ସେଲସମ୍ୟାନଙ୍କ ତୁରନ୍ତ ଆବଶ୍ୟକତା ଅଛି ।  ଏହି ନିଯୁକ୍ତି କମ୍ପାନୀର ଖାଦ୍ୟ ବିଭାଗ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ପୂଜା ସାମଗ୍ରୀ ଡିଭିଜନରେ ଦିଆଯିବ । କମ୍ପାନୀ ନିଜ ଟ୍ୱିଟର ଆକାଉଂଟରେ ଏନେଇ ସୂଚନା ଦେଇଛି । 

ଯୋଗ୍ୟତା- ପ୍ରାର୍ଥୀ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହା ସହ ଏମବିଏ ଡିଗ୍ରୀଧାରୀ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । 

ଖାଲି ସ୍ଥାନ- ପତଞ୍ଜଳି ପ୍ରତ୍ୟେକ ଜିଲ୍ଲାରେ ୪୦ରୁ ୫୦ ସେଲସମ୍ୟାନ୍ ନିଯୁକ୍ତ କରିବ

ଦରମା- ୮୦୦୦ରୁ ୧୫୦୦୦

ଆବେଦନର ଶେଷ ତାରିଖ- ଜୁନ ୨୨, ୨୦୧୮

  • Tags:

Subscribe

National International State Sports Entertainment