ରେଲୱେର ୯୦ହଜାର ପଦବୀରେ ଭର୍ତ୍ତି, ଗ୍ରୁପ ସି ଏବଂ ଡିରେ ପୁଣି ଥରେ କରିପାରିବେ ଆବେଦନ
Khabar Odisha:indian-railway-recruitment-group-c-and-group-d-applicants-to-get-second-chance
ଜୁଲାଇ୧୯ (ଖବର ଓଡିଶା):

ରେଲୱେର ୯୦ ହଜାର ପଦବୀରେ ଭର୍ତ୍ତି ହେବାକୁ ଥିବା ପରୀକ୍ଷା ପୂର୍ବରୁ ରେଲୱେ ନିଯୁକ୍ତି ବୋର୍ଡ ଜୁଲାଇ ୧୨ତାରିଖକୁ ଆପ୍ଲିକେସନ ଷ୍ଟାଟସ ଲିଙ୍କ୍ ଜାରି କରିଥିଲା । ରେଲୱେରେ 'ଗ୍ରୁପ ସି ଏବଂ ଡି' ପଦବୀ ପାଇଁ ପାଖାପାଖି ୪୮ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଯେଉଁଥିରୁ ୧.୩୩ ଲକ୍ଷ ଆବେଦନ କୌଣସି କାରଣ ବଶତଃ ଅଯୋଗ୍ୟ ହୋଇଥିଲା। ଏବେ ରେଲୱେ ସେହି ପରୀକ୍ଷାର୍ଥୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇଛି। 

୧ଲକ୍ଷ ୩୩ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ ହଜାର ଆବେଦକଙ୍କ ଫଟୋରେ ତ୍ରୁଟି ରହିଥିଲା। ଯାହାଫଳରେ ରେଲୱେ ସେମାନଙ୍କୁ ଆଉଥରେ ଫଟୋ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲା । ରେଲୱେ ବୋର୍ଡରେ ସୂଚନା ଏବଂ ପ୍ରଚାର ନିର୍ଦ୍ଦେଶକ ରାଜେଶ ଡି. ବାଜପେୟୀ କହିଛନ୍ତି, ମିଳିଥିବା ଅଯୋଗ୍ୟ ଆବେଦନରେ ୧ଲକ୍ଷ ୨୭ହଜାର ଆବେଦକ ଠିକ୍ ଫଟୋ ଲଗାଇ ନଥିଲେ ଯାହାଫଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏବେ ସେଥିରୁ ୭୦ ହଜାର ଆବେଦକଙ୍କୁ ରେଲୱେ ଦ୍ୱିତୀୟ ଥର ସୁଯୋଗ ଦେବ ।

ସେ କହିଛନ୍ତି ଏଥିପାଇଁ ଆବେଦକଙ୍କୁ ଜୁଲାଇ ୨୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଆବେଦକ ଅନ୍ତିମ ତାରିଖ ପୂର୍ବରୁ ୱେବସାଇଟରେ indianrailways.gov.in ରେ ଅପଲୋଡ କରିବେ । ଯେଉଁ ଆବେଦକଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଛି ସେମାନଙ୍କୁ ଇମେଲ ଏବଂ ମେସେଜ ମାଧ୍ୟମରେ ଭୁଲ ସୁଧାରିବା ପାଇଁ ମେସେଜ ପଠାଯାଇଛି ।

ରେଲୱେରେ ଏହି ପରୀକ୍ଷା ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ୨୦୧୮ରେ ହେବ । ଏହି ପରୀକ୍ଷା ୯୦ ମିନିଟର ହେବ । ଯେଉଁଥିରେ ୧୦୦ଟି ପ୍ରଶ୍ନ ରହିବ । ଏଥିରେ ନିଯୁକ୍ତି ନିମନ୍ତେ ଆବେଦକଙ୍କ ଉଭୟ ଶାରିରୀକ ଏବଂ ମାନସିକ ପରୀକ୍ଷା ଡିସେମ୍ବର ଜାନୁୟାରୀ ପର୍ୟ୍ୟନ୍ତ ପରୀକ୍ଷା ହେବ  ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ମଧ୍ୟରେ ନିଯୁକ୍ତି ଦିଆଯିବ ।

  • Tags:

Subscribe

National International State Sports Entertainment