ଆଇଆଇଏମ କ୍ୟାଟ୍ ୨୦୧୮: ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ, ଏମିତି ପୂରଣ କରିବେ ଫର୍ମ
Khabar Odisha:cat-2018-registration-starts-today-know-how-to-fillup-form
ନୂଆଦିଲ୍ଲୀ, ଅଗଷ୍ଟ ୦୮ (ଖବର ଓଡ଼ିଶା):

 କ୍ୟାଟ୍ ୨୦୧୮ର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଯାଇଛି । ପଞ୍ଜିକରଣ କରିବା ପାଇଁ ଆପଣଙ୍କୁ ସମ୍ବନ୍ଧିତ ଅଫିସିଆଲ ୱେବସାଇଟରେ ଲଗ ଇନ କରିବାକୁ ପଡିବ। ଆସନ୍ତା ନଭେମ୍ବର ୨୫ ତାରିଖ ଦିନ ୧୪୭ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରେଜିଷ୍ଟ୍ରେସନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୨୪ କିମ୍ବା ୨୫ ତାରିଖରେ ଆଡମିଟ୍ କାର୍ଡ ଜାରି କରାଯିବାର ସୂଚନା ମିଲିଛି ।

ରେଜିଷ୍ଟ୍ରେସନ କରିବା ପ୍ରକ୍ରିୟା -

•ପ୍ରଥମେ କ୍ୟାଟ’ର ଅଫିସିଆଲ iimcat.ac.in ରେ ଲଗଇନ୍ କରିବେ ।

•ପରେ non-IIM Institutions for CAT 2018 ଲିଙ୍କରେ କ୍ଲିକ୍ କରନ୍ତୁ ।

•ଏବେ ଆପ୍ଲିକେଶନ ଫର୍ମ ଡାଉନଲୋଡ କରନ୍ତୁ ।

•ଆପ୍ଲିକେଶନ ଫର୍ମରେ ନିଜ ସମ୍ପୂର୍ଣ୍ଣ ବିବରଣୀ ଦେଇ ନିଜର ଦସ୍ତଖତ ସେଠାରେ କରନ୍ତୁ ।

•ଆଇଆଇଏମ କୋଲକାତାର ପ୍ରବେଶ କାର୍ଯ୍ୟାଳୟରେ ନିଜର ଆବେଦନ ପତ୍ର ଏବଂ ଏମଓୟୁର ହାର୍ଡକପି ଏବଂ ଦରକାରୀ ଡକ୍ୟୁମେଂଟସ ସହ ଦିଅନ୍ତୁ।

ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା -

ପରୀକ୍ଷାର୍ଥୀମାନେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ପାଇଁ ୫୦ ପ୍ରତିଶତ, ଏସସି, ଏସଟି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ୪୫ ପ୍ରତିଶତ ବ୍ୟାଚଲର ଡିଗ୍ରୀରେ ରହିଥିବା ବାଧ୍ୟତାମୂଳକ। 

ଠିକଣା- ସିଏଟି ସେଂଟର, ସି/ଓ ପ୍ରବେଶ କାର୍ଯ୍ୟାଳୟ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ କୋଲକତା, ଡାଇମଣ୍ଡ ହାର୍ବର ରୋଡ, କୋଲକତା ୭୦୦୧୦୪ । 

କ୍ୟାଟ୍ ସେଣ୍ଟର(ହେଲ୍ପ ଡେସ୍କ ନମ୍ବର)- ୦୩୩-୨୪୬୭୯୧୭୮/୨୪୬୭୮୩୦୦ (Extn ୧୧୦୨/୧୧୦୩)

ରେଜିଷ୍ଟ୍ରେସନ ଫିସ- ଯୋଗ୍ୟ ପ୍ରାର୍ଥୀ ରେଜିଷ୍ଟ୍ରେସନ ଶୁଳ୍କ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ନେଟ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ ।

Email: cat2018@iimcal.ac.in 

ପରୀକ୍ଷା ଢାଞ୍ଚା -

•ପରୀକ୍ଷା ପାଇଁ ୩ଘଣ୍ଟା ସମୟ ଦିଆଯିବ । ପ୍ରଶ୍ନପତ୍ର ତିନି ଭାଗରେ ରହିବ।

•ଭର୍ବାଲ ଆବିଲିଟି ଆଣ୍ଡ କମ୍ପ୍ରେସନ (୬୦ ମିନିଟ୍) ।

•ଡାଟା ଇଂଟରପ୍ରିଟେସନ ଆଣ୍ଡ ଲଜିକାଲ ରିଜୋନିଙ୍ଗ (୬୦ ମିନିଟ୍) ।

•କ୍ୱାଂଟିଟେଟିଭ ଆବିଲିଟି (୬୦ ମିନିଟ୍) । 

  • Tags:

Subscribe

National International State Sports Entertainment