ଅମିତ ଶାହ କଂଗ୍ରେସ ମୁକ୍ତ ଭାରତ ନୁହେଁ, ମୁସଲିମ ମୁକ୍ତ ଭାରତ କରିବାକୁ ଚାହୁଁଛନ୍ତି : ଅସଦୁଦ୍ଧିନ
Khabar Odisha:Telangana-Elections-2018-Amit-Shah-Wants-A-Muslim-Free-India-Not-Congress-Free-Asaduddin-Owaisi
ନୂଆଦିଲ୍ଲୀ, ନଭେମ୍ବର ୮, (ଖବର ଓଡିଶା)

 ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସଲମେନ ( ଏଆଇଏମଆଇଏମ) ଅଧ୍ୟକ୍ଷ ଅସଦୁଦ୍ଧିନ ଓୱାଇସ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଖୁବ ବର୍ଷିଛନ୍ତି କରିଛନ୍ତି । ଓବେସୀ ଅଭିଯୋଗ କରିଛନ୍ତି କି, ଅମିତ ଶାହା ଭାରତକୁ ମୁସଲିମ ମୁକ୍ତ କରିବାକୁ ଚାହିୁଁଛନ୍ତି ।  ଓବେସୀ ବୁଧବାର ଦୀପାବଳି ରାତିରେ ହାଇଦ୍ରାବାଦରେ ଏକ ର‌୍ୟାଲିରେ ଭାଷଣ ସମୟରେ କହିଥିଲେ । 

 ଓବେସୀ  ଏହି ର‌୍ୟାଲିକୁ ସମ୍ବୋଧିକ କରି କହିଛନ୍ତି କି, ଅମିତ ଶାହା କହିଛନ୍ତି କି, ମଜଲିସ ମୁକ୍ତ, କଂଗ୍ରେସ ମୁକ୍ତ  କରିବାକୁ ସେ ଚାହୁଁଛନ୍ତି । ଆପଣ ମଧ୍ୟ ଭଲଭାବେ ଜାଣିଥିବେ, ସେ କ’ଣ ମୁକ୍ତ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି କି, ଆପଣ ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ନୁହେଁ, ଭାରତକୁ ମୁସଲମାନ ମୁକ୍ତ କରବାକୁ ଚାହୁଁଛନ୍ତି । ମୁସଲମାନମାନଙ୍କୁ ଭାରତର ରହିବାକୁ ସମ୍ବିଧାନ ଅଧିକାର ଦେଇଛି । ଏମାନେ କେବଳ ବୃଥା ଚେଷ୍ଟା କରୁଛନ୍ତି । 

Subscribe

National International State Sports Entertainment