ଓଡ଼ିଶା ସରକାରୀ ନିଯୁକ୍ତି: ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଉଚ୍ଚଶିକ୍ଷା ବିଭାଗରେ ବିଜ୍ଞପ୍ତି ଜାରି, ଦରମା ୧୯ ହଜାର
Khabar Odisha:Recruitment-Higher-Education-Dept-Bhubaneswar-Junior-Assistant-for-30-Posts-in-Berhampur-University
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ହେବା ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୋଟ ପଦବୀ ସଂଖ୍ୟା ରହିଛି ୩୦। ଡିଗ୍ରୀଧାରୀ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମେ ଚୁକ୍ତିଭିତ୍ତିକ ଆଧାରରେ ନିଯୁକ୍ତି ଦିଆଯିବ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସଂବୋଧିତ ୱେବସାଇଟକୁ ଯାଇ ନୋଟିସ ଭଲଭାବେ ଦେଖିସାରିବା ପରେ ଆବେଦନ କରନ୍ତୁ। ଅଧିକନ୍ତୁ ବିବରଣୀ ନିମ୍ନରେ ବର୍ଣ୍ଣନା କରାଗଲା ।    

ପଦବୀ ବିବରଣୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ – ୩୦

ଏସଟି – ୮

ଏସସି – ୬

ଓବିସି,ଏସଇବିସି – ୪

ଜେନେରାଲ – ୧୨  

ବୟସ ସୀମା: ୨୧ ରୁ ୩୨ ବର୍ଷ (୦୧.୦୯.୨୦୧୮ ସୁଦ୍ଧା) 

ସଂରକ୍ଷିତ ଜାତିର ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ

ଦରମା : ୧୯,୦୦୦

ଆବେଦନ ଶୁଳ୍କ : ୮୦୦ ଟଙ୍କା (ଜେନେରାଲ), ୪୦୦ ଟଙ୍କା (ଏସଟି/ଏସସି/ପିଡବ୍ଲ୍ୟୁଡି) 

ଶିକ୍ଷାଗତ ଯୋଗ୍ୟତା : ଯେ କୌଣସି ବିଷୟରେ ଡିଗ୍ରୀ

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା(୧୬୦) ଓ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା (୪୦) = ସମୁଦାୟ  ୨୦୦ ନମ୍ବର   

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ:୨୯-୦୯-୨୦୧୮ 

ଶେଷ ତାରିଖ – ୨୫-୧୦-୨୦୧୮ (ରାତି ୧୨ ଟା ସୁଦ୍ଧା)  

ୱେବସାଇଟ - http://www.ssbodisha.nic.in/ 

ବିଜ୍ଞପ୍ତି ନୋଟିସ - http://www.ssbodisha.nic.in/documents/Advertisement-Junior_Assistant_2018a.pdf 

Subscribe

National International State Sports Entertainment