ନିଯୁକ୍ତି: ଓୟୁଏଟିରେ ଟେକ୍ନୋଲୋଜି ଏଜେଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେବେ ଅଛି ଇଣ୍ଟରଭ୍ୟୁ
Khabar Odisha:Orissa-University-of-Agriculture-and-Technology-Recruitment-for-Technology-Agent
(ଖବର ଓଡ଼ିଶା) ନିଯୁକ୍ତି ବିଭାଗ:

ପଦବୀ ବିବରଣୀ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ନିଯୁକ୍ତି ନୋଟିସ ବାହାରିଛି। ଅଫଲାଇନ୍ ତଥା ‘ୱାକ୍ ଇନ୍ ଇଣ୍ଟରଭ୍ୟୁ’ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀରେ ରହିବେ । ୧୨ ଅକ୍ଟୋବର ୨୦୧୮ ପୂର୍ବାହ୍ଣ ୧୦ ଟାରେ ଓୟୁଏଟିର କନଫରେନ୍ସ ହଲରେ ଏହି ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ବାୟୋଡାଟା ଯଥା ସିଭିର ଦୁଇଟି କପି ସାଙ୍ଗରେ ଆଣିବାକୁ ହେବ। ପାସପୋର୍ଟ ଫଟୋ, ସେଲ୍ପ ଆଟେଷ୍ଟେଡ ସହ ଶିକ୍ଷା ସମ୍ବଦ୍ଧୀୟ ସମସ୍ତ ସାର୍ଟିଫିକେଟ୍, ଏହାସହ ଭେରିଫିକେସନ ପାଇଁ ଅର୍ଜିନାଲ ସାର୍ଟିଫିକେଟ୍, ବୟସ ପ୍ରମାଣ(ଏଜ୍ ପ୍ରୁଫ) ସାର୍ଟିଫିକେଟ୍ ଆଣିଥିବା ଦରକାର। ଇଣ୍ଟରଭ୍ୟୁ ଦିନ ସାକ୍ଷାତକାରର ଅଧଘଣ୍ଟା ପୂର୍ବରୁ ରିପୋର୍ଟ କରିବାକୁ ବାଧ୍ୟତାମୂଳକ । ଚୁକ୍ତିଭିତ୍ତିକ ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। କୃଷି ବିଜ୍ଞାନ ପରିଷଦ (କେଭିକେ)ର କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀମାନେ କାର୍ଯ୍ୟ କରିବେ। 

ଓୟୁଏଟି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ 

ପଦବୀ ନାମ: ଟେକ୍ନୋଲୋଜି ଏଜେଣ୍ଟ  

ଖାଲିଥିବା ପଦବୀ ସଂଖ୍ୟା : ୧୪ 

ଚାକିରୀ କରିବାର ସମୟ ସୀମା : ୬ ମାସ  

କାର୍ଯ୍ୟ କ୍ଷେତ୍ର: କୃଷି ବିଜ୍ଞାନ ପରିଷଦ (କେଭିକେ)ର କାର୍ଯ୍ୟ ସମ୍ବନ୍ଧୀୟ କ୍ଷେତ୍ର ବାଲେଶ୍ୱର/ବରଗଡ/ଭଦ୍ରକ/ବୌଦ୍ଧ/ଯାଜପୁର/କନ୍ଧମାଳ/ କଳାହାଣ୍ଡି/କେନ୍ଦ୍ରାପଡା/ମୟୂରଭଞ୍ଜ-1(ଶାମଖୁଣ୍ଟ)/ନୟାଗଡ/ପୁରୀ/ରାୟଗଡା/ସୁନ୍ଦରଗଡ-1

ଶିକ୍ଷାଗତ ଯୋଗ୍ୟତା : ଯୁକ୍ତ ୨ ବିଜ୍ଞାନ ଏବଂ ଡିପ୍ଲୋମା ଆଗ୍ରୋପଲିଟେକନିକ୍ ସାଇନ୍ସ 

ବୟସ ସୀମା : ୩୫ ବର୍ଷ ସର୍ବାଧିକ  

ଦରମା : ୧୦ ହଜାର 

ଗୁରୁତ୍ୱପୂର୍ଣ୍ଣ ତାରିଖ: 

 ଇଣ୍ଟରଭ୍ୟୁ ତାରିଖ -  ୧୨ ଅକ୍ଟୋବର ୨୦୧୮ (ପୂର୍ବାହ୍ଣ ୧୦ ଟା)

ୱେବସାଇଟ୍ - http://www.ouat.nic.in/    

ବିଜ୍ଞାପ୍ତି ନୋଟିସ୍ - http://www.ouat.nic.in/sites/default/files/walk-in-interviewtech._agent_cluster_demon._ouat.pdf 

Subscribe

National International State Sports Entertainment