ଓଡିଶା ସରକାରୀ ନିଯୁକ୍ତି: ଏହି ବିଭାଗରେ ୫୦୦ ପଦବୀ ଖାଲି, ଡିଗ୍ରୀ ସହ କମ୍ପ୍ୟୁଟର ଜାଣିଥିବା ପ୍ରାର୍ଥୀ କରିପାରିବେ ଆବେଦନ
Khabar Odisha:OPSC-Asst-Section-Officer-Online-Form-2018-Khabar-Odisha-Employment-Section
ଭୁବନେଶ୍ୱର, ସେପ୍ଟେମ୍ବର ୨୨(ଖବର ଓଡ଼ିଶା):

ଓଡିଶା ଲୋକସେବା ଆୟୋଗ(ଓପିଏସସି)ରେ  ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଗ୍ରୁପ-ବି)ରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଓଡିଶା ଗୃହ ବିଭାଗ ଅଧୀନ ଓଡିଶା ସଚ୍ଚିବାଳୟ ସେବାରେ ଯୋଗ୍ୟ ପ୍ରାର୍ଥୀମାନେ କାର୍ଯ୍ୟ କରିବେ। ଅନେକ ବର୍ଷ ପରେ ଏହି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଗ୍ରୀ ସହ କମ୍ପ୍ୟୁଟର ଜାଣିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ପଦବୀ ବିବରଣୀ ଏବଂ ଯୋଗ୍ୟତା ଓ ନୋଟିସ ନିମ୍ନରେ ବର୍ଣ୍ଣନା କରାଗଲା। 

ଓପିଏସସି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନଲାଇନ ଫର୍ମ ୨୦୧୮

ପଦବୀ ବିବରଣୀ : ୫୦୦ 

ବୟସ ସୀମା : (୦୧.୦୧.୨୦୧୮ ସୁଦ୍ଧା)       

ସର୍ବନିମ୍ନ ବୟସ – ୨୧ ବର୍ଷ

ସର୍ବାଧିକ ବୟସ – ୩୨ ବର୍ଷ 

ନିୟମନୁସାରେ କୋହଳ 

ଶିକ୍ଷାଗତ ଯୋଗ୍ୟତା :

ବ୍ୟାଚଲର ଡିଗ୍ରୀ ଏବଂ କମ୍ପ୍ୟୁଟର ସମ୍ବନ୍ଧୀୟ ଜ୍ଞାନ ରହିଥିବା ଦରକାର 

ପଦବୀ ବିବରଣୀ : 

ପଦବୀ ନାମ – ଆସିଷ୍ଟାଣ୍ଟ ସେକ୍ସନ ଅଫିସର 

ପଦବୀ ସଂଖ୍ୟା – ୫୦୦ 

ଆବେଦନ ଶୁଳ୍କ : 

ପରୀକ୍ଷା ଶୁଳ୍କ – ୩୦୦ ଟଙ୍କା 

ଏସସି,ଏସଟି ଏବଂ ପିଡବ୍ଲ୍ୟୁଡି – ଦେୟମୁକ୍ତ

ପେମେଣ୍ଟ ମୋଡ(ଅଫଲାଇନ୍) – ଏସବିଆଇର ଯେକୌଣସି ବ୍ରାଞ୍ଚ 

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଆବେଦନ ଆରମ୍ଭ  – ୧୦-୧୦-୨୦୧୮

ଶେଷ ତାରିଖ – ୦୯-୧୧-୨୦୧୮

ଏସବିଆଇର ଯେକୌଣସି ଶାଖାରେ ପେମେଣ୍ଟ କରିବାର ଶେଷ ତାରିଖ – ୧୩-୧୧-୨୦୧୮

ପରୀକ୍ଷା ତାରିଖ – ୨୩-୧୨-୨୦୧୮

ଅନଲାଇନ ଆବେଦନ – ୧୦-୧୦-୨୦୧୮ ରୁ ଆରମ୍ଭ 

ବିଜ୍ଞପ୍ତି ନୋଟିସ – http://www.opsc.gov.in/ 

ସରକାରୀ ୱେବସାଇଟ - http://www.opsc.gov.in/Admin/ContAttach/101819.pdf  

Subscribe

National International State Sports Entertainment