ଓଡ଼ିଶା ସରକାରୀ ନିଯୁକ୍ତି: ଥେମାଟିକ୍ ଏକ୍ସପୋର୍ଟ ପାଇଁ କରନ୍ତୁ ଆବେଦନ, ଦରମା ୫୦,୦୦୦
Khabar Odisha:MGNREGS-ODISHA-SOCIETY-PANCHAYATIRAJ--DRINKING-WATER-DEPARTMENT-GOVERNMENT-OF-ODISHA-RECRUITMENT
ଖବର ଓଡିଶା (ନିଯୁକ୍ତି ବିଭାଗ):

ପଦବୀ ବିବରଣୀ: ଏମଜିଏନଆରଇଏନଏସ, ଓଡ଼ିଶା ଅଧୀନରେ ଥେମାଟିକ୍ ଏକ୍ସପୋର୍ଟ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ବର୍ଷକ ପାଇଁ ଚୁକ୍ତିଭିତ୍ତିକ ଆଧାରରେ ନିଯୁକ୍ତି ଦିଆଯିବ। ଅବଶ୍ୟ ଏହାର ଅବଧିକୁ ପରେ ବଢାଯାଇ ପାରେ। ଏହି କ୍ଷେତ୍ରରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫଲାଇନରେ ଆସନ୍ତା ଅକ୍ଟୋବର ୨୩ ତାରିଖ ମଧ୍ୟରେ ଆବେଦନ କରିପାରିବେ। ପ୍ରାର୍ଥୀମାନେ ସଂବୋଧିତ ୱେବସାଇଟକୁ ଯାଇ ନୋଟିସକୁ ଭଲ ଭାବରେ ଦେଖିବା ପରେ ଆବେଦନ କରନ୍ତୁ। ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା ।     

ନିଯୁକ୍ତି ବୋର୍ଡ : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଭୁବନେଶ୍ୱର, ଓଡ଼ିଶା

ପଦବୀ ନାମ : ଥେମାଟିକ୍ ଏକ୍ସପୋର୍ଟ 

ଖାଲିଥିବା ପଦବୀ ସଂଖ୍ୟା : ୦୪ 

ପଦବୀ ନାମ :

୧.ଥେମାଟିକ୍  ଏକ୍ସପୋର୍ଟ (ଫୋରେଷ୍ଟ୍ରୀ) 

୨.ଥେମାଟିକ୍ ଏକ୍ସପୋର୍ଟ (କୃଷି ଓ ଉଦ୍ୟାନ)  

୩.ଥେମାଟିକ୍ ଏକ୍ସପୋର୍ଟ (ମାଟି ଏବଂ ଜଳ ପରିଚାଳନା)

୪.ଥେମାଟିକ୍ ଏକ୍ସପୋର୍ଟ (ମାଛ –(ଫିସେରୀ) 

ବୟସ ସୀମା -୪୫ ବର୍ଷରୁ କମ୍ (୦୧.୨୦୧୮ ଜାନୁୟାରୀ ସୁଦ୍ଧା) 

ଶିକ୍ଷାଗତ ଯୋଗ୍ୟତା : ଡିଗ୍ରୀ( ପଦବୀ ସମ୍ବୋଧିତ ବିଷୟରେ), ବିଏସସି,ସିଭିଲ ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ  

ଦରମା- ୫୦,୦୦୦

ଅଭିଜ୍ଞତା – ଆବେଦନ କରୁଥିବା ପୋଷ୍ଟରେ ୩ ବର୍ଷର ଅଭିଜ୍ଞତା ଥିବା ଦରକାର।

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସଂବୋଧିତ ନୋଟିସରୁ ଫର୍ମ ଡାଉନଲୋଡ କରି ପ୍ରିଣ୍ଟ କାଢିବା ପରେ ତାକୁ ପୂରଣ କରନ୍ତୁ। ଏହା ପରେ ଶିକ୍ଷା ସମ୍ବନ୍ଧୀୟ ସାର୍ଟିଫିକେଟ ଓ ପଦବୀ ସଂବୋଧିତ ପ୍ରମାଣ ପତ୍ର ଏକ ଏନଭେଲପରେ ଭର୍ତ୍ତି କରି Mission Director, MGNREGS Odisha Society, SIRD Campus, Unit-8, Bhubaneswar, Pin- 751012, Odisha  ଠିକଣାରେ ପଠାଇ ଦିଅନ୍ତୁ। ଏନଭେଲପରେ ଆବେଦନ କରୁଥିବା ପଦବୀ ନାମ ଲେଖିବା ଜରୁରୀ ଅଟେ। ଅଧୁରା ଅଥବା ସାର୍ଟିଫିକେଟରେ କୌଣସି ତ୍ରୁଟି ରହିଥିଲେ ଫର୍ମକୁ ବାତିଲ କରିଦିଆଯାଇପାରେ। ଆବେଦନ ପ୍ରାର୍ଥୀମାନେ ସ୍ପିଡ୍ ପୋଷ୍ଟ କିମ୍ବା କୋରିୟର ସାହାଯ୍ୟରେ ପଠାଇ ପାରିବେ। 

ଗୁରୁତ୍ୱପୂର୍ଣ୍ଣ ତାରିଖ: 

ଆବେଦନର ସମୟ ସୀମା – ୨୩.୧୦.୨୦୧୮ ପର୍ଯ୍ୟନ୍ତ 

ନୋଟିସ – http://www.odishapanchayat.gov.in/English/download/Advertisement%20No.346,%20dated%2027.09.18.pdf 

Subscribe

National International State Sports Entertainment