ଆଇବିପିଏସ ନିଯୁକ୍ତି: ପିଓ-୮ ପାଇଁ ୪୧୦୨ ପଦ ଖାଲି, ମାସିକ ଦରମା ୪୦,୦୦୦
Khabar Odisha:IBPS--recruitment-4102-post-vacancy

ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଇଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପରର୍ସନାଲ ସିଲେକସନ(ଆଇପିଏସ) ପିଓ-୮ ପାଇଁ ଖାଲିଥିବା ୪୧୦୨ଟି ପଦବୀ ପୂରଣ କରିବ । ଆଇବିପିଏସ ଏହି ପଦବି ଗୁଡ଼ିକର ନିଯୁକ୍ତି ପାଇଁ ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଓ ମୌଖିକ ଦେବାକୁ ପଡ଼ିବ । ଜବ ସରକାରୀ ଡଟକମ ମାଧ୍ୟମରେ ପ୍ରାର୍ଥୀଙ୍କୁ ୨୦୧୮ ସେପ୍ଟେମ୍ବର ୪ ପୂର୍ବରୁ ଅନଲାଇନ ଆବେଦନ କରିବାକୁ ହେବ । ଏଥି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଅତି କମରେ ସ୍ନାତକ ହେବା ଦରକାର । ସେହିଭଳି ଏହି ପଦଗୁଡ଼ିକ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ବୟସ ୨୦ ଓ ସର୍ବୋଚ୍ଚ ବୟସ ୩୦ ହେବା ଦରକାର । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୫ ବର୍ଷ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ । 

ଗୁରତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ: ୨୦୧୮ ଅଗଷ୍ଟ ୧୪

ଆବେଦନର ଶେଷ ତାରିଖ: ୨୦୧୮ ସେପ୍ଟେମ୍ବର ୪

ଶୁଲ୍କ ଜମା କରିବାର ଅନ୍ତିମ ତିଥି: ୨୦୧୮ ସେପ୍ଟେମ୍ବର ୪

ପ୍ରି ପରୀକ୍ଷା ତାଲିମ: ୨୦୧୮ ଅକ୍ଟୋବର ୧-୭

ଡାଉନଲୋଡ କଲ ଲେଟର: ୨୦୧୮ ଅକ୍ଟୋବର

ପ୍ରିଲିମିନାରୀ ପରୀକ୍ଷା: ୨୦୧୮ ଅକ୍ଟୋବର ୧୩, ୧୪, ୨୦ ଓ ୨୧

ଆବେଦନ ପାଇଁ ଶୁଲ୍କ: ୬୦୦ ଟଙ୍କା ମାତ୍ର, ଅନୁସୂଚତି ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା

କେଉଁ ବ୍ୟାଙ୍କ ପାଇଁ କେତେ ପଦ ଖାଲି

ଆନ୍ଧ୍ରା ବ୍ୟାଙ୍କ: ୭୮୪ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୩୯୫ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୧୨ଟି, ଅନୁସୂଚିତ ଜାତି ୧୧୮ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୫୯ଟି ପଦ ଖାଲି ପଡ଼ିଛି । 

ବ୍ୟାଙ୍କ ଅଫ ଇଣ୍ଡିଆ: ୯୬୫ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୪୮୯ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୬୦ଟି, ଅନୁସୂଚିତ ଜାତି ୧୪୪ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୭୨ଟି ପଦ ଖାଲି ପଡ଼ିଛି । 

କାନଡା ବ୍ୟାଙ୍କ: ୧୨୦୦ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୬୦ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୩୨୪ଟି, ଅନୁସୂଚିତ ଜାତି ୧୮୦ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୯୦ଟି ପଦ ଖାଲି ପଡ଼ିଛି । 

କର୍ପୋରେସନ ବ୍ୟାଙ୍କ: ୮୪ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୪୨ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୧ଟି, ଅନୁସୂଚିତ ଜାତି ୧୫ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୦୬ଟି ପଦ ଖାଲି ପଡ଼ିଛି । 

ୟୁକୋ ବ୍ୟାଙ୍କ: ୫୫୦ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୨୪୨ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୯୬ଟି, ଅନୁସୂଚିତ ଜାତି ୮୩ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୯ଟି ପଦ ଖାଲି ପଡ଼ିଛି । 

ୟୁନିୟନ ବ୍ୟାଙ୍କ: ୫୧୯ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୨୫୯ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୭୨ଟି, ଅନୁସୂଚିତ ଜାତି ୫୯ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୯ଟି ପଦ ଖାଲି ପଡ଼ିଛି ।  

 

  • Tags:

Subscribe

National International State Sports Entertainment