ଯୋଜନା ମୂଳକ କାମ କରନ୍ତୁ, ମିଳିବ ମାନସିକ ଶାନ୍ତି
Khabar Odisha:Do-your-work-properly-with-a-good-plan

ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା): ଆଜିର କର୍ପୋରେଟ ଦୁନିଆରେ କର୍ମଚାରୀଙ୍କୁ କମ୍ପାନୀ ପାଇଁ ଅଧିକ ସମୟ ଦେବାକୁ ପଡୁଛି। ପରିବାର ପାଇଁ ସମୟ ମିଳୁ ନାହିଁ। ବସ୍‌ଙ୍କ ଦାବି ମୁତାବକ କାମ ହୋଇ ପାରୁ ନାହିଁ। କମ୍ପାନୀ କର୍ମଚାରୀଙ୍କ ଠାରୁ ଅଧିକ କାମ ଚାହୁଁଛି। ଅନ୍ୟପଟରେ ଅତ୍ୟଧକ କାମ ପାଇଁ କର୍ମଚାରୀଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡୁଥିବାରୁ ଶାରୀରିକ କଷ୍ଟ ଭୋଗିବାକୁ ମଧ୍ୟ ପଡୁଛି। ଏଥିରୁ ମୁକ୍ତି ପାଇବା ପାଇଁ ଯୋଜନା ଅନୁସାରେ କାମ କରିବାକୁ ପଡିବ। ଏହା ଦ୍ୱାରା ବ୍ୟକ୍ତିଙ୍କୁ ମାନସିକ ରୂପେ ଶାନ୍ତି ମଧ୍ୟ ମିଳିବ। 

କୌଣସି କାମ ଆରମ୍ଭ କରିବା ପୂର୍ବରୁ ସମସ୍ୟାକୁ ସୁନିଶ୍ଚିତ କରନ୍ତୁ। ଥର ଟିଏ କାମ ହାତକୁ ନେବା ପରେ ଶେଷ ହେବା ଯାଏଁ ସେଠାରୁ ଓହରନ୍ତୁ ନାହିଁ। ଖାଲି ଥିବା ସମୟରେ ମଧ୍ୟ କାମ ଚିନ୍ତା କରନ୍ତୁ। ଏହା ଦ୍ୱାରା ସମସ୍ୟାର ସମାଧାନ ଖୁବ ଶୀଘ୍ର ହୋଇଯିବ। ଯୋଜନା ଅନୁସାରେ କାମ କଲେ ଯେକୌଣସି ସମସ୍ୟାର ସମାଧାନ ସହଜରେ ଶେଷ ହୋଇଥାଏ। ପର୍ଯ୍ୟାୟ କ୍ରମେ କାମ କରନ୍ତୁ। 

୧୦ ମିନିଟ ଚାଲିବା ଆପଣଙ୍କ କାମ କରିବା ଶୈଳୀକୁ ଆଶ୍ୱସ୍ତି ଦେଇପାରିବ। ଏହା ଦ୍ୱାରା ମାନସିକ ଚାପରୁ ମଧ୍ୟ ଶାନ୍ତି ମିଳିବ। କାର୍ଯ୍ୟ ସମୟରେ ବ୍ରେକ୍‌ ମଧ୍ୟ ଜରୁରୀ ଅଛି। ତେଣୁ ଆଖିକୁ କିଛି ସମୟ ପାଇଁ ମଝିରେ ମଝିରେ ବନ୍ଦ ମଧ୍ୟ ରଖିବା ଦରକାର ଅଛି। ସୁନିଶ୍ଚିତ କରନ୍ତୁ ଆପଣ କେତେ ବିଶ୍ରାମ ନେଉଛନ୍ତି, ଯାହାକି ଆପଣଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ଶକ୍ତିଶାଳୀ କରିବ। 

  • Tags:

Subscribe

National International State Sports Entertainment