ସିଟିଇଟି ପରୀକ୍ଷା ତାରିଖ ଘୋଷଣା
Khabar Odisha:CTET-exam-date-declared
ଭୁବନେଶ୍ୱର, ଜାନୁଆରୀ ୧୦ (ଖବର ଓଡିଶା) :

 ସିଟିଇଟି ୨୦୧୯ ପରିକ୍ଷା ତାରିଖ ଘୋଷଣା କରାଯାଇଛି । ସିଟିଇଟି ପାଇଁ ଆସନ୍ତା ପରୀକ୍ଷା ତାରିଖ ସିବିଏସଇ ସିଟିଇଟିର ଅଧିକାରୀକ ୱେବସାଇଟରେ ଉପଲବ୍ଧ ଅଧିସୂଚନା ଅନୁସାରେ ୨୦୧୯ ଜୁଲାଇ ୭ରେ ଆୟୋଜନ କରାଯାଉଛି । 

ବର୍ତମାନ ଉପଲବ୍ଧ ହୋଇଥିବା ସୂଚନା ଅନୁଯାୟୀ, କେବଳ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏହି ପରୀକ୍ଷା ବର୍ଷରେ ଦୁଇ ଥର ହୋଇଥାଏ । ତେବେ ୨୦୧୮ରେ ହୋଇଥିବା ସିଟିଇଟି ପରୀକ୍ଷାର ପରିଣାମ ୨୦୧୯ ଜାନୁଆରୀ ୪ରେ ଘୋଷଣା କରାଯାଇଛି । ଏହି ପରକ୍ଷା ପାଇଁ ସମୁଦାୟ ୧,୬୯୧,୦୮୮ ପାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ମହିଳା ପାର୍ଥୀ ୯,୭୮,୮୧୮ ଥିବା ବେଳେ ପୁରୁଷ ୭,୧୨,୦୭୧ ଓ ଟ୍ରାନ୍ସ ଜେଣ୍ଡର ୩୩,୧୦୭ ଜଣ ଆବେଦନକାରୀ ଥିଲେ । 

Subscribe

National International State Sports Entertainment