ଭୁବନେଶ୍ୱର ମହାନିଗର ନିଗମରେ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ
Khabar Odisha:Bhubaneswar-Municipal-Corporation-Consultant--Sr-Consultant-Posts-Recruitment-Khabar-Odisha-Section
ଖବର ଓଡ଼ିଶା : (ନିଯୁକ୍ତି ବିଭାଗ)

ଭୁବନେଶ୍ୱର ମହାନିଗର ନିଗମ(ବିଏମସି) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ୨ ବର୍ଷ ପାଇଁ ଚୁକ୍ତିଭିତ୍ତିକ ଆଧାରରେ ଚାକିରୀ କରିବେ। ଯୋଗ୍ୟ ପ୍ରାର୍ଥୀମାନେ କନ୍ସୁଲଟାଣ୍ଟ ଓ ସିନିୟର କନ୍ସୁଲଟାଣ୍ଟ ପଦରେ ରହିବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ଅଧିନ୍ତୁ ବିବରଣୀ ନିମ୍ନରେ ବର୍ଣ୍ଣନା କରାଗଲା-  

ମୋଟ ପଦବୀ : ୩ 

୧.ସିନିୟର କନ୍ସୁଲଟାଣ୍ଟ (ଇ-ଗଭରନାନ୍ସ) -୧

୨.କନ୍ସୁଲଟାଣ୍ଟ (ସଫ୍ଟଓୟାର ଡେଭଲପମେଣ୍ଟ) - ୧

୩.କନ୍ସୁଲଟାଣ୍ଟ (ଆଇଟି ଇନଫ୍ରାଷ୍ଟ୍ରକ୍ଟର ଏବଂ ନେଟୱାର୍କିଂ) -୧

ଶିକ୍ଷାଗତ ଯୋଗ୍ୟତା – ବି.ଇ/ବି.ଟେକ୍, ଏମସିଏ,ଏମବିଏ/ପିଜିଡିଏମ 

ଆବେଦନ ପ୍ରକ୍ରିୟା - ନୋଟିସ ଭଲରେ ପଢିସାରିବା ପରେ ପ୍ରଥମେ ଆପ୍ଲିକେସନ ଫର୍ମର ପ୍ରିଣ୍ଟ ଆଉଟ୍ କାଢି ନିଅନ୍ତୁ । ପରେ ଫର୍ମକୁ ପୂରଣ କରି ଏନଭେଲପରେ ଡାକ(ସ୍ପିଡ ପୋଷ୍ଟ) ଦ୍ୱାରା ଜୁଲାଇ ୧୦ ତାରିଖ ସଂଧ୍ୟା ୫ଟା ପୂର୍ବରୁ “Deputy Commissioner(Establishment), Bhubanesar Municipal Corporation, Vivekananda Marg,Near Kalpana Square, Bhubaneswar -75104  ଠିକଣାରେ ପଠାଇ ଦିଅନ୍ତୁ। ଆପ୍ଲିକେସନ ଓ ପ୍ରାର୍ଥୀମାନଙ୍କ ଯୋଗ୍ୟତା ଆଧାରରେ ବିଏମସି କର୍ତ୍ତୃପକ୍ଷ ଚୟନ କରାଯିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମୋବାଇଲ କିମ୍ବା ଇମେଲରେ ୱାକ ଇନ୍ ଇଣ୍ଟରଭ୍ୟୁ ପାଇଁ ଜଣାଇ ଦିଆଯିବ। 

ବିଜ୍ଞପ୍ତି ନୋଟିସ -  http://portal2.bmc.gov.in/Files/Keyprojects_24072018052635PM.pdf   

ଅଧିକନ୍ତୁ ବିବରଣୀ ଜାଣିବା ପାଇଁ ସଂବୋଧିତ ୱେବସାଇଟ୍ http://bmc.gov.in/  କୁ ଦେଖନ୍ତୁ। 

  • Tags:

Subscribe

National International State Sports Entertainment