ସପ୍ତମ ବେତନ ଆୟୋଗ: ଡାକ ବିଭାଗରେ ବାହାରିଛି ଚାକିରୀ, ଦରମା ୬୩,୨୦୦ଟଙ୍କା
Khabar Odisha:7th-pay-commission-government-jobs-available-in-india-post-office-recruitment-2018-drive-salary-rs-63200424648
ନୂଆଦିଲ୍ଲୀ, ଜୁଲାଇ ୨୮ (ଖବର ଓଡିଶା):

 ଯଦି ଆପଣ ଭାରତୀୟ ପୋଷ୍ଟ ଅଫିସ ବିଭାଗରେ ଚାକିରୀ କରିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । ଡାକ ବିଭାଗ ପକ୍ଷରୁ ୭ମ ବେତନ ଆୟୋଗରେ ମାଟ୍ରିକ ଅନ୍ତର୍ଗତ ଷ୍ଟାଫ ଡ୍ରାଇଭର ପଦବୀରେ ଚାକିରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପରୀକ୍ଷାର୍ଥୀମାନେ ୨୦୧୮ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଏ ପଦ ପାଇଁ ଆବେଦନ କରିପାରିବେ । ଏହି ପଦବୀରେ ଚାକିରୀ କଲେ ଆପଣ ୧୯,୯୦୦ ରୁ ୬୩,୨୦୦ଟଙ୍କା ପାଇପାରିବେ । ଯେଉଁ ମାନଙ୍କ ପାଖରେ ମୋଟରଯାନର ବୈଧ ଡ୍ରାଇଭିଂ ଲାଇସେନ୍ସ ଅଛି, ସେମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ । ଚୟନ ପ୍ରକ୍ରିୟାରେ ଡ୍ରାଇଭିଂ ଟେଷ୍ଟ ସାମିଲ ରହିଛି। କେନ୍ଦ୍ର ସରକାର ତଥା ସେନାରେ ରହିଥିବା ଲୋକ ଏହି ପଦ ପାଇଁ ଆବେଦନ କରିପାରିବେ । ଯୋଗ୍ୟତା ଆଧାରରେ ତାଙ୍କର ଚୟନ ପ୍ରକ୍ରିୟା କରାଯିବ। ଡ୍ରାଇଭିଂରେ ଅତି କମରେ ତାଙ୍କର ୩ ବର୍ଷର ଅଭିଜ୍ଞତା ରହିଥିବା ଦରକାର। ଅବସର ସେନା ଅଧିକାରୀମାନେ ମଧ୍ୟ ଏହି ପୋଷ୍ଟ ପାଇଁ ନିବେଦନ କରିପାରିବେ। ତାଙ୍କୁ ଡେପୋଟିସିଆନ ଆଧାରରେ ନିଯୁକ୍ତ କରାଯିବ।

ଯୋଗ୍ୟତା ଏବଂ ବୟସ ସିମା -

ପଦବୀ ନାମ: ଷ୍ଟାଫ ଡ୍ରାଇଭର

ଖାଲି ପଦବୀ : ୯

ସ୍ଥାନ : କୋଲକତା

ବୟସ : ୫୬ ବର୍ଷରୁ କମ

ଚୟନ : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ମନୋନୟନ କରାଯିବ 

ଚାକିରୀ ନଥିଲେ ମଧ୍ୟ ରହିଛି ସୁଯୋଗ

ଯଦି ଆପଣ ଚାକିରୀ କରିବାକୁ ଚାହୁଁନାହାଁନ୍ତି ତେବେ ପୋଷ୍ଟ ଅଫିସ ସହ ମିଶି ଭଲ ରୋଜଗାର କରି ପାରିବେ। ଇଣ୍ଡିଆ ପୋଷ୍ଟରେ ଆପଣ କୌଣସି ବି ଫ୍ରାଞ୍ଚାଇଜ ଉପରେ କାମ କରି ନିଜର ବ୍ୟବସାୟ ବଢାଇ ପାରିବେ । ଯଦି ଆପଣଙ୍କ ପାଠ ପଢା କମ ରହିଛି ତେବେ ମଧ୍ୟ ପୋଷ୍ଟ ଅଫିସ ଆପଣଙ୍କୁ ଫ୍ରାଞ୍ଚାଇଜ ଖୋଲିବାକୁ ସୁଯୋଗ ଦେବ, ଯାହା ଦ୍ୱାରା ଆପଣ ଭଲ ରୋଜଗାର କରି ପାରିବେ । ଇଣ୍ଡିଆ ପୋଷ୍ଟ କିଛି ସମୟ ପୂର୍ବରୁ ଫ୍ରାଞ୍ଚାଇଜ ମଡେଲ ତିଆରି କରିଥିଲା । ଯାହା ସାହାଯ୍ୟରେ ସାଧାରଣ ଲୋକଙ୍କୁ ଫ୍ରାଞ୍ଚାଇଜ ଖୋଲିବାର ସୁଯୋଗ ଦିଆଗଲା । ଏଥିରେ ଜଣେ ବ୍ୟକ୍ତିଠୁ ନେଇ ସଂସ୍ଥା, ସଂଗଠନ ଆଦି ଫ୍ରାଞ୍ଚାଇଜ ନେଇ ପାରିବେ। ଯଦି ଆପଣ ପ୍ରଥମରୁ କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣ ଇଣ୍ଡିଆ ପୋଷ୍ଟ ଆଉଟଲେଟ ଖୋଲି ପାରିବେ । ଏହା ବ୍ୟତୀତ ନୂଆ ଆରମ୍ଭ ହୋଇଥିବା ସହରୀ ଟାଉନସିପ, ସ୍ପେଶିଆଲ ଇକୋନୋମିକ ଜୋନ, ନୂଆ ଆରମ୍ଭ ହୋଇଥିବା ଇଣ୍ଡଷ୍ଟ୍ରିଆଲ ସେଂଟର, କଲେଜ, ପଲିଟେକନିକ୍ସ, ୟୁନିଭରସିଟିଜି, ପ୍ରଫେସନାଲ କଲେଜ ଆଦି ମଧ୍ୟ ଫ୍ରାଞ୍ଚାଇଜ କାମ ନେଇ ପାରିବ। ଫ୍ରାଞ୍ଚାଇଜ ନେବା ପାଇଁ ଫର୍ମ ପୈଠ କରିବାକୁ ପଡିବ। ଚୟନ ବ୍ୟକ୍ତିଙ୍କୁ ଡିପାର୍ଟମେଂଟ ସହ ଏମଓୟୁ ସାଇନ କରିବାକୁ ପଡିବ। ବ୍ୟକ୍ତିଙ୍କର ବୟସ ସର୍ବନିମ୍ନ ୧୮ ବର୍ଷ ହେବା ଦରକାର। ଏହା ସହ ସେ ଅଷ୍ଟମ ପାସ କରିଥିବା ଦରକାର । 

ସୌଜନ୍ୟ - ଜି ନ୍ୟୁଜ (ହିନ୍ଦି)

  • Tags:

Subscribe

National International State Sports Entertainment