ବଜେଟରେ ମାଷ୍ଟର ଷ୍ଟ୍ରୋକ ମାରିବେ ମୋଦୀ ସରକାର ! ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କୁ ଦେଇପାରନ୍ତି ଅନେକ ଲାଭ
Khabar Odisha:tax-benefits-for-salaried-middle-class-may-announced-in-interim-budget
ନୂଆଦିଲ୍ଲୀ, ଜାନୁଆରୀ ୦୮(ଖବର ଓଡିଶା):

ନରେନ୍ଦ୍ର ମୋଦୀ ସରକାର ଆଗାମୀ ଅନ୍ତରୀଣ ବଜେଟରେ ମଧ୍ୟବର୍ତ୍ତୀ ଶ୍ରେଣୀକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରୟାସ କରି ପାରନ୍ତି। କାରଣ ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଶେଷ ବଜେଟ୍ ହେବାକୁ ଯାଉଛି। ଏହି ବଜେଟ୍ ଜରିଆରେ ସରକାର  ଦରମା ପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ଇନକମ ଟ୍ୟାକ୍ସ ଲାଭର ଘୋଷଣା କରି ପାରନ୍ତି। 

ପ୍ରାୟ ତିନି ସପ୍ତାହ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସଞ୍ଜୟ ସୀମା ବୃଦ୍ଧି କରିବା, ପେନସନଙ୍କ ପାଇଁ ଟ୍ୟାକ୍ସରେ ଲାଭ ଓ ହାଉସିଂ ଲୋନର ସୁଧ ଉପରେ ଅଧିକ ରିହାତି ଦେବାର ବିକଳ୍ପ ଉପରେ ବିଚାର କରନ୍ତି।

ସୂତ୍ର ମୁତାବକ ଏହା ମଧ୍ୟ ସଙ୍କେତ ମିଳିଛି କଷ୍ଟମ ଡ୍ୟୁଟିରେ ପରିବର୍ତ୍ତନ ଉପରେ ମଧ୍ୟ ବିଚାର ଚାଲିଛି। ମାତ୍ର କେଉଁ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କରେ ପରିବର୍ତ୍ତନ ହେବ ଏହାର ତଥ୍ୟ ଦେଇ ନାହାନ୍ତି। ଗତ ଚାରି ବର୍ଷରେ ଅର୍ଥ ମନ୍ତ୍ରଣାଳୟ ମଧ୍ୟବର୍ତ୍ତୀ ଶ୍ରେଣୀକୁ ଅନେକ ଟ୍ୟାକ୍ସରେ ରିହାତି ଦେଇଛନ୍ତି। ଯେଉଁଥିରେ  ଇନକମ ଟ୍ୟାକ୍ସରେ ଛାଡ ସୀମାକୁ ୫୦ ହଜାର ବଢାଇବା ଆଦି ସାମିଲ ରହିଛି।

Subscribe

National International State Sports Entertainment