୧୮ ଦିନରେ ପେଟ୍ରୋଲ ୪ ଟଙ୍କା ଓ ଡିଜେଲ ୨.୩୩ ଟଙ୍କା ହେଲା ଶସ୍ତା, ଆଗାମୀ ଦିନରେ ଆହୁରି କମିବ ଦର
Khabar Odisha:petrol-price-cut-by-21-paise-diesel-also-cheaper
ନୂଆଦିଲ୍ଲୀ,ନଭେମ୍ବର୦୪(ଖବର ଓଡ଼ିଶା):

କ୍ରମାଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ ଚାଲିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାରୁ ଗତ ୧୮ ଦିନ ହେବ ପେଟ୍ରୋଲ ଲିଟର ପିଛା ୪.୦୫ ଟଙ୍କା ଓ ଡିଜେଲ ୨.୩୩ ଟଙ୍କା ଶସ୍ତା ହୋଇଛି। ଆଗାମୀ ଦିନରେ ତୈଳ ଦର ଆହୁରି କମ ହେବାର ସମ୍ଭାବନା ରହିଛି।

ସାର୍ବଜନୀନ କ୍ଷେତ୍ରର ଖୁଚୁରା ଇନ୍ଧନ କମ୍ପାନୀ ଦ୍ଵାରା ଜାରି  ସୂଚନା ଅନୁସାରେ ରବିବାର ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ୧୭ ପଇସା ହ୍ରାସ ପାଇଛି। ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୭୮.୭୮ ଟଙ୍କା ଓ ଡିଜେଲ ୭୩.୩୬ ଟଙ୍କା ରହିଛି।

ଏହି ପରି ମୁମ୍ବାଇରେ ପେଟ୍ରୋଲ ୮୨.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୭୬.୮୮ ଟଙ୍କାକୁ ଖସି ଆସିଛି। ଏହି ପରି ଗତ ୧୮ ଦିନରେ ପେଟ୍ରୋଲ ଲିଟର ପ୍ରତି ୪.୦୫  ଟଙ୍କା ଓ ଡିଜେଲ ୨.୩୩ ଟଙ୍କା ଶସ୍ତା ହୋଇଛି। ଗତ ଅକ୍ଟୋବର ୧୮ରୁ  ଇନ୍ଧନର ଦର କମ ହୋଇ  ଚାଲିଛି। 

ସୂଚନାଯୋଗ୍ୟ ଅକ୍ଟୋବର ୪ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ସର୍ବୋଚ୍ଚ ୮୪ ଟଙ୍କା ଓ ମୁମ୍ବାଇରେ ୯୧.୩୪ ଟଙ୍କାରେ ପହଞ୍ଚିଥିଲା। ସେହି ଦିନ ଦିଲ୍ଲୀରେ ଡିଜେଲ ଦର ଲିଟର ପ୍ରତି ୭୫.୪୫ ଟଙ୍କା ଓ ମୁମ୍ବାଇରେ ଲିଟର ପିଛା ୮୦.୧୦ ଟଙ୍କା ଥିଲା। ଏହା ପୂର୍ବରୁ ଏହି ଦୁଇ ଇନ୍ଧନର ଦର ଅଗଷ୍ଟ ୧୬ରୁ କ୍ରମାଗତ ବଢି ଚାଲିଥିଲା। 

ତଥ୍ୟ ମୁତାବକ ଅଗଷ୍ଟ ୧୬ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୬.୮୬ ଟଙ୍କା ଓ ଡିଜେଲ ଲିଟର ପିଛା ୬.୭୩ ଟଙ୍କା ମହଙ୍ଗା ହୋଇଥିଲା। ଏହି ତୈଳ ଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ଵସ୍ତି ଦେବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୫ରେ  ମଧ୍ୟ ତେଲ ଦର ଲିଟର ପିଛା ୨.୫୦ ଟଙ୍କା ହ୍ରାସ କରିଥିଲେ। ସରକାର ଉତ୍ପାଦ ଶୁଳ୍କରେ ତେଲ ଲିଟର ପିଛା ୧.୫୦ ଟଙ୍କା ହ୍ରାସ କରିଥିଲେ। ଏହା ସହିତ ସାର୍ବଜନୀନ କ୍ଷେତ୍ରରର ତେଲ କମ୍ପାନୀ ଲିଟର ପିଛା ଏକ ଟଙ୍କା ହ୍ରାସ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅପିଲ ପରେ ଅନେକ ରାଜ୍ୟ ସରକାର ତେଲ ଲିଟର ପିଛା ୨.୫୦ ଟଙ୍କା  ହ୍ରାସ କରିଥିଲେ। ଏଥିରେ ଲୋକଙ୍କୁ ବଡ଼ ଆଶ୍ଵସ୍ତି ମିଳିଥିଲା।

Subscribe

National International State Sports Entertainment