ପେଟ୍ରୋଲ-ଡିଜେଲ କିଣନ୍ତୁ ଏବଂ ମାଗଣାରେ ବାଇକ, ଏସି, ଟିଭି ପାଆନ୍ତୁ
Khabar Odisha:madhya-pradesh-buy-petrol-get-bike-free-vat-hit-pumps-in-barwani-to-counter-fuel-demand
ବଡ଼ଓ୍ଵାନୀ, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ପେଟ୍ରୋଲ କି ଡିଜେଲ କିଣନ୍ତୁ ଏବଂ ବାଇକ, ଲ୍ୟାପଟପ୍, ଏୟାର କଣ୍ଡିସନର(ଏସି) କିମ୍ବା ଓ୍ଵାଶିଂମେସିନ ମାଗଣାରେ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ପାଆନ୍ତୁ। ହଁ ଏହା ସତ୍ୟ।  ମଧ୍ୟ ପ୍ରଦେଶରେ ପେଟ୍ରୋଲ ପମ୍ପ ମାଲିକ ଏହି ଧରଣର ଲୋଭନୀୟ ଅଫର ଦେଇଛନ୍ତି। ନିଜର ପେଟ୍ରୋଲ-ଡିଜେଲ ବିକ୍ରି କିପରି ଆଶାତୀତ ହେବ ଏବଂ କାରବାରରେ କେମିତି ସ୍ଥାୟିତ୍ଵ ବଜାୟ ରହିବ ତାକୁ ଦୃଷ୍ଟିରେ ରଖି ମାଲିକମାନେ ଗ୍ରାହକଙ୍କୁ ଏହି ପରି ଲୋଭନୀୟ ଅଫର ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ମଧ୍ୟ ପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ସବୁଠୁ ଅଧିକ ଭ୍ୟାଟ୍ ଲାଗିଥାଏ ଯାହା ସମଗ୍ର ଦେଶରେ ସର୍ବାଧିକ ମହଙ୍ଗା ରାଜ୍ୟ ଶ୍ରେଣୀରେ ଆସିଥାଏ। ତୈଳ ଦରରେ ବଡ଼ ବ୍ୟବଧାନ ହେବା କାରଣରୁ ଟ୍ରକ ଅପରେଟର ଓ ପରିବହନରେ ବ୍ୟବହୃତ ବାହାନଗୁଡିକ ମଧ୍ୟ ପ୍ରଦେଶରେ ତେଲ ନପକାଇ ରାଜ୍ୟର ସୀମାରେ ସ୍ଥିତ ପେଟ୍ରୋଲ ପମ୍ପରେ ତେଲ ପକାଇବା ଉପରେ ପ୍ରାଥମିକତା ଦେଉଛନ୍ତି। କେବଳ ଏତିକି ନୁହେଁ ସ୍ଥାନୀୟ ଲୋକ ମଧ୍ୟ ରାଜ୍ୟର ପେଟ୍ରୋଲ ପମ୍ପ ପରିବର୍ତ୍ତେ ମଧ୍ୟ ପ୍ରଦେଶ ସୀମା ସ୍ଥିତ ପେଟ୍ରୋଲ ପମ୍ପ ଗୁଡିକରେ ତେଲ  ଭରୁଛନ୍ତି। 

ଏହି କ୍ରମରେ ଏକ ପେଟ୍ରୋଲ ପମ୍ପର ମାଲିକ ଅନୁଜ ଖଣ୍ଡେଲଓ୍ଵାଲ  କହିଛନ୍ତି ଯେ ୧୦୦ ଲିଟର ଡିଜେଲ କିଣିଲେ ଟ୍ରକ ଡ୍ରାଇଭରଙ୍କୁ ଭୋଜନ ଓ ଚା ମାଗଣାରେ ମିଳିବ। 

ଏହି ସବୁ ଲୋଭନୀୟ ଅଫର ଦେଉଛନ୍ତି ପେଟ୍ରୋଲ ମାଲିକ

ଏହା ସହିତ ସେ କହିଛନ୍ତି ଯେ, ୫ ହଜାର  ଲିଟର ତେଲ କିଣିବା ଉପରେ କ୍ରେତାଙ୍କୁ ମୋବାଇଲ, ସାଇକେଲ ଓ ହାତ ଘଣ୍ଟାର ଅଫର ଦିଆଯାଉଛି। ଅନ୍ୟ ପଟେ ୧୫ ହଜାର ଲିଟର ତେଲ କିଣିଲେ ଆଲମାରୀ, ସୋଫାସେଟ କିମ୍ବା ୧୦୦ ଗ୍ରାମର ରୂପା କଏନ ଅଫର ଦିଆଯାଉଛି। ୨୫ ହଜାର ଲିଟର ଡିଜେଲ କିଣିଲେ ଗ୍ରାହକଙ୍କୁ ଅଟୋମେଟିକ ଓ୍ଵାଶିଂମେସିନ, ୫୦ ହଜାର ଲିଟର ଡିଜେଲ କିଣିଲେ ଏସି କିମ୍ବା ଲ୍ୟାପଟପ୍ ଓ ଏକ ଲକ୍ଷ ଲିଟର ଡିଜେଲ କିଣିଲେ ଗ୍ରାହକଙ୍କୁ ସ୍କୁଟର କିମ୍ବା ମୋଟର ସାଇକେଲ ଅଫର ଦିଆଯାଉଛି। 

ପେଟ୍ରୋଲ ପମ୍ପର ମାଲିକଙ୍କ କହିବା କଥା ରାଜ୍ୟରେ  ଡିଜେଲ ଉପରେ ୨୨ ପ୍ରତିଶତ ଓ ପେଟ୍ରୋଲ ଉପରେ ୨୭ ପ୍ରତିଶତ ଭ୍ୟାଟ୍ ଲଗାଯାଉଛି। ଏମିତିରେ ରାଜ୍ୟ ସରକାର ଭ୍ୟାଟ୍ ହ୍ରାସ କରି ଲୋକଙ୍କୁ ଆଶ୍ଵସ୍ତି ଦେଇ ପାରିବେ। 

  • Tags:

Subscribe

National International State Sports Entertainment