ଅପେକ୍ଷାର ଅନ୍ତ: ଆସିଗଲା ଜିଓ ଫୋନ୍-୨ରେ ହ୍ୱାଟସଆପ୍
Khabar Odisha:jio-phone-gets-whatsapp-support-here-how-to-download
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା):

ଯଦି ଆପଣ ଜିଓ ଫୋନର ସେହି ଗ୍ରାହକଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ହ୍ୱାଟସଆପକୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ବର୍ତମାନ ଜିଓଫୋନ୍ ପାଇଁ ହ୍ୱାଟସଆପ୍ ଆସିଯାଇଛି । ଏବେ ଆପଣ ୧୫୦୦ଟଙ୍କାର ନୂଆ ଜିଓ ଫୋନ ୨ରେ ହ୍ୱାଟସଆପ୍ ବ୍ୟବହାର କରିପାରିବେ । ଏନେଇ ନିଜେ ହ୍ୱାଟସଆପ୍ ନିଜ ବ୍ଲଗରେ ସୂଚନା ଦେଇଛି । ଆସନ୍ତୁ ଜାଣିବା କିପରି ଜିଓଫୋନରେ ହ୍ୱାଟସଆପ୍ ଡାଉନଲୋଡ୍ କରାଯାଇ ପାରିବ । 

ସର୍ବପ୍ରଥମେ ଆପଣ ଜିଓଫୋନ୍ ପ୍ଲାନକୁ ଚେକ୍ କରି ନିଅନ୍ତୁ । ଯଦି ପ୍ଲାନ ଶେଷ ହୋଇ ଯାଇଛି ତେବେ ପ୍ଲାନ ରିଚାର୍ଜ କରିନିଅନ୍ତୁ  । କାରଣ ହ୍ୱାଟସଆପ୍ ଡାଉନଲୋଡ୍ ପାଇଁ ଡାଟାର ଆବଶ୍ୟକତା ପଡିବ । ପ୍ଲାନ ପୂର୍ବରୁ ଆକ୍ଟିଭ ଥାଏ ତେବେ ଫୋନରେ ନେଟ୍ ଅନ୍ କରନ୍ତୁ । 

ଏହାପରେ ଜିଓଫୋନ୍ ଆପରେ ଜିଓ ଷ୍ଟୋର୍ ଆପ୍ ଓପନ କରନ୍ତୁ । ନୂଆ ପେଜରେ ଆପଣଙ୍କୁ ଫେସବୁକ, ୟୁଟ୍ୟୁବ ଏବଂ ହ୍ୱାଟସଆପ୍ ଦେଖିବାକୁ ମିଳିବ । ଏଥିରେ ଡାଉନଲୋଡର ବିକଳ୍ପ ଉପଲବ୍ଧ ରହିଛି । 

ଡାଉନଲୋଡ୍ ହେବା ପରେ ଆପରେ କେବଳ ମୋବାଇଲ୍ ନମ୍ବର ଦାଖଲ କରି ଅକ୍ଟିଭ କରନ୍ତୁ । ବର୍ତମାନ ଆପଣ ସହଜରେ ୧୫୦୦ଟଙ୍କା ମୂଲ୍ୟର ସ୍ମାର୍ଟଫୋନରେ ହ୍ୱାଟସଆପ୍ ବ୍ୟବହାର କରିପାରିବେ । 

ସୂଚନାଯୋଗ୍ୟ କି, ରିଲିଆନ୍ସ୍ ଜିଓ ନିଜ ବାର୍ଷିକ ସାଧାରଣ ବୈଠକରେ ଅଗଷ୍ଟ ୧୫ରୁ ଜିଓଫୋନରେ ହ୍ୱାଟସଆପ୍ ସୁବିଧା ମିଳିବ ବୋଲି କହିଥିଲା । ଏବେ ଗ୍ରାହକଙ୍କ ଏହି ଆଶା ପୂରଣ ହୋଇ ଯାଇଛି ।  

  • Tags:

Subscribe

National International State Sports Entertainment