ଆସନ୍ତାକାଲିଠାରୁ ୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ
Khabar Odisha:five-days-holidays-in-bank
ନୂଆଦିଲ୍ଲୀ, ନଭେମ୍ବର ୦୬(ଖବର ଓଡିଶା):

ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତେବେ ଆଜି ହିଁ ଏହାକୁ ସମାପ୍ତ କରିଦିଅନ୍ତୁ । କାରଣ ଆସନ୍ତାକାଲିଠାରୁ ଚଳିତ ସପ୍ତାହର ଶେଷଦିନ ଅର୍ଥାତ ରବିବାର ଯାଏଁ ବ୍ୟାଙ୍କ ବନ୍ଦ ରହିବ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନର ପ୍ରବକ୍ତା ଅନୀଲ ତିୱାରୀ କହିଛନ୍ତି ଯେ ୭ ନଭେମ୍ବର ଦୀପାବଳି, ୮ ତାରିଖରେ ଗୋବର୍ଧନ ପୂଜା ଏବଂ ନଭେମ୍ବର୯ର ଭେୟାଦୁଜ କାରଣରୁ ସମସ୍ତ କାର୍ଯ୍ୟଦିବସ ବନ୍ଦ ରହିବ । 

ଅନ୍ୟପକ୍ଷେ ନଭେମ୍ବର ୧୦ ତାରିଖରେ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ୧୧ ତାରିଖ ରବିବାର ପଡୁଛି । ଏପରିସ୍ଥଳେ ୬ ତାରିଖ ପରେ ସିଧା ୧୨ ତାରିଖରେ ବ୍ୟାଙ୍କ ଖୋଲିବ । ବ୍ୟାଙ୍କ ତରଫରୁ ସମସ୍ତ ଏଟିଏମରେ ପର୍ଯ୍ୟାପ୍ତ କ୍ୟାସ ରଖିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । 

  • Tags:

Subscribe

National International State Sports Entertainment