ହ୍ୟାକ୍ ହୋଇପାରେ ଫେସବୁକ ଆକାଉଂଟ, କମ୍ପାନୀ ନିଜେ ଦେଲା ସୂଚନା
Khabar Odisha:facebook-political-page-admins-can-be-target-for-online-threats
ନୂଆଦିଲ୍ଲୀ, ନଭେମ୍ବର ୦୬(ଖବର ଓଡିଶା):

ଦିନକୁ ଦିନ ଫେସବୁକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଆଜି କମ୍ପାନୀ ନିଜେ ଏକ ବ୍ଲଗ ମାଧ୍ୟମରେ ସୂଚନା ଦେଇଛି ଯେ ୩୦ଟି ଫେସବୁକ ଏବଂ ୮୫ ଇନଷ୍ଟାଗ୍ରାମ ଆକାଉଂଟକୁ ବ୍ଲକ କରାଯାଇଛି । କାରଣ ଏହି ଆକାଉଂଟଗୁଡିକ ଆମେରିକା ନିର୍ବାଚନରେ ଦଖଲ ଦେବା ପାଇଁ ପ୍ରୟାସ କରୁଥିଲେ  । ଭାରତରେ ମଧ୍ୟ କମ୍ପାନୀ ୟୁଜରଙ୍କୁ ନୋଟିଫିକେସନ ପଠାଇ ଚେତାବନୀ ଦେଇଛି । କିଛି ଖାସ ଲୋକଙ୍କୁ ଆକାଉଂଟ୍ ହ୍ୟାକ ନେଇ ଏହି ସୋସିଆଲ ମିଡିଆ ସତର୍କ କରାଇଛି । 

ଗତକାଲି ସଂଧ୍ୟାରେ କମ୍ପାନୀ ୟୁଜରଙ୍କୁ ନୋଟିଫିକେସନରେ କହିଛି ଯେ ଯେଉଁମାନେ ରାଜନୈତିକ ଫେଜ୍ କିମ୍ବା ଆକାଉଂଟ ଚଳାଉଛନ୍ତି ସେମାନଙ୍କ ଆକାଉଂଟକୁ ହ୍ୟାକରମାନେ ଟାର୍ଗେଟ୍ କରିବେ । ନିର୍ବାଚନ ସମୟରେ ସେମାନଙ୍କ ଆକାଉଂଟ ହ୍ୟାକ ହେବା ନେଇ ମଧ୍ୟ ସମ୍ଭାବନା ରହିଛି । ଆକାଉଂଟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ପରାମର୍ଶ ଦେବା ସହ ଆଡମିନ୍ ମାନେ ଅନଲାଇନ ଶିକାର ନ ହେବା ପାଇଁ ଚେତାଇ ଦେଇଛି । 

ଏହି ନୋଟିଫିକେସନ ପରେ ଦୁଇଟି ବିକଳ୍ପ ଲେଖାଥିଲା, ଯେଉଁଠି ଅଧିକ ବିବରଣୀ ଏବଂ ଓପନ୍ ବଟନ୍ ରହିଥିଲା । ଟୁ ଫାକ୍ଟର ଅଥେଂଟିକେସନ ଫିଚର କ୍ଲିକ କରିବାକୁ ଅପସନ୍ ଆସିଥିଲା ।

  • Tags:

Subscribe

National International State Sports Entertainment