ଆରବିଆଇ କେନ୍ଦ୍ର ସରକରାଙ୍କ ପ୍ରତି ଉତ୍ତରଦାୟୀ: ବିମଲ ଜାଲାନ
Khabar Odisha:business-odisha-rbi-is-accountable-to-central-government
ନୂଆଦିଲ୍ଲୀ ଜାନୁଆରୀ ୧୦ (ଖବର ଓଡିଶା)

 ଆରବିଆଇ କେନ୍ଦ୍ର ସରକାରଙ୍କ ପ୍ରତି ଉତ୍ତରଦାୟୀ । ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଲ ଜାଲାନ ଗୁରୁବାର ଏପରି କହିଛନ୍ତି । ଆରବିଆଇ କେନ୍ଦ୍ର ସରକାରଙ୍କ ପ୍ରତି ଉତ୍ତରଦାୟୀ ଏବଂ ସରକରାଙ୍କ ଦ୍ୱାର ଗଠିତ ହୋଇଥିବା ଫ୍ରେମୱର୍କ ଅନୁସାରେ ନୀତି ତିଆରୀ କରିବା ଦରକାର  । କେନ୍ଦ୍ରୀୟ ବ୍ୟାଙ୍କର ସ୍ୱତନ୍ତ୍ରତା ନେଇ ଚାଲିଥିବା ବିବାଦ ସମୟରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏହି ମନ୍ତବ୍ୟ ଦେଇଛନ୍ତି । ଉର୍ଜିତ ପଟେଲ ଆରବିଆଇର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ବିମଲ ଜାଲାନଙ୍କୁ ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆରବିଆଇର ସରପ୍ଲସ ଫଣ୍ଡକୁ ସରକାରକୁ ଟ୍ରାନ୍ସଫର କରିବା ପାଇଁ ନୀୟମାବଳୀ ପ୍ରସ୍ତୁତ କରିବେ । 

 ୬ ଜଣ ବିଶେଷଜ୍ଞଙ୍କୁ ଗଠିତ ହୋଇଥିବା ଆର୍ଥିକ ପୁଞ୍ଜି ଢାଞ୍ଚାର କମିଟିର ଅଧ୍ୟକ୍ଷ ଅଛନ୍ତି ବିମଲ ଜାଲାନ । ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଦେଇଥିବା ପ୍ରଥମ ସାକ୍ଷାତକାରରେ କହିଛନ୍ତି ଯେ ଆରବିଆଇ ଏବଂ କେନ୍ଦ୍ର ମଧ୍ୟରେ ଥିବା ମତଭେବ ଶେଷ ହେବ  ।  

Subscribe

National International State Sports Entertainment