ଆଜିଠାରୁ ସିମ୍ ଭେରିଫିକେସନ୍ ପାଇଁ ଟେଲିକମ୍ କମ୍ପାନୀ କରିବେ ନାହିଁ ଆଧାର ପ୍ରୟୋଗ
Khabar Odisha:after-today-will-not-use-aadhar-card-for-sim-verification
ନୂଆଦିଲ୍ଲୀ, ନଭେମ୍ବର ୦୬(ଖବର ଓଡିଶା):

ବିଭିନ୍ନ ଟେଲିକମ୍ କମ୍ପାନୀ ବର୍ତମାନ ଆଧାର ବାୟୋମେଟ୍ରିକ ଜରିଆରେ ମୋବାଇଲ ଗ୍ରାହକଙ୍କୁ ଭେରିଫିକେସନ କରି ପାରିବେ ନାହିଁ । ଦୂରସଂଚାର ବିଭାଗ ସମସ୍ତ କମ୍ପାନୀଙ୍କୁ ଏହି ପ୍ରକ୍ରିୟା ବନ୍ଦ କରିବାକୁ କହିଛି । ଯାହାର ଡେଡଲାଇନ୍ ଗତକାଲିଠାରୁ ପୂରଣ ହୋଇଛି । କମ୍ପାନୀମାନେ ଅଧିକ ସମୟ ଦେବା ପାଇଁ ଆବେଦନ କରିଥିଲେ କିନ୍ତୁ ବିଭାଗ ମନା କରିଦେଇଥିଲା । ବର୍ତମାନ ବିଭିନ୍ନ ଟେଲିକମ କମ୍ପାନୀଙ୍କୁ ଡିଜିଟାଲ ଭାବେ କିମ୍ବା ୟୁଆଇଡିଏଆଇ ଦ୍ୱାରା ବିନା ବାୟୋମେଟ୍ରିକ ବ୍ୟବହାର କରି ଭେରିଫିକେସନ କରିବାକୁ ହେବ । 

ଦୂରସଂଚାର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କମ୍ପାନୀମାନେ ବିଭାଗକୁ ଏ ପ୍ରକାର ଭେରିଫିକେସନର ସମୟ ସୀମାକୁ ଆଉ ୧୫ ଦିନ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । କମ୍ପାନୀମାନେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ବିଭାଗ ତରଫରୁ କୁହାଯାଇଥିଲା । ଫଳରେ ଆଧାର ବାୟୋମେଟ୍ରିକର ବ୍ୟବହାର ଆଜିଠାରୁ କମ୍ପାନୀମାନେ କରିବେ ନାହିଁ । 

ବର୍ତମାନ କମ୍ପାନୀମାନେ ପୂର୍ବ ଭଳି ଡକ୍ୟୁମେଂଟ ଆଧାରରେ ସିମ କାର୍ଡ ଜାରି କରିବେ । କିନ୍ତୁ ଆଗାମୀ ଦିନରେ ଡିଜିଟାଲ ପ୍ରକ୍ରିୟାରେ ସତ୍ୟାପନ ପ୍ରକ୍ରିୟା ଆରମ୍ଭ କରାଯିବ । ଯଦି ଏହାର ଟ୍ରାଏଲ ସଫଳ ହେବ ତେବେ ୟୁଆଇଡିଏଆଇ ଦ୍ୱାରା ଦିଆଯାଇଥିବା ଅନ୍ୟ ବିକଳ୍ପ ବହୁତ ଜଲଦି ଆରମ୍ଭ ହେବ ।

  • Tags:

Subscribe

National International State Sports Entertainment