କେନ୍ଦ୍ର ସରକାରଙ୍କ ପାଇଁ ଖୁସି ଖବର, ଚଳିତ ଆର୍ଥିକ ବର୍ଷରେ ୭.୩% ରହିବ ଦେଶର ବିକାଶ ଦର
Khabar Odisha:world-bank-has-forecast-india-gdp-expected-to-grow-at-7-3-pc-in-2018-19
ନୂଆଦିଲ୍ଲୀ ,ଜାନୁଆରୀ ୦୯(ଖବର ଓଡ଼ିଶା):

 ବିଶ୍ୱ ବ୍ୟାଙ୍କr ଅନୁମାନ ମୁତାବକଭାରତ ୨୦୧୮-୧୯ର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥାର ଦେଶ ହୋଇରହିବ । ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ ଚଳିତ ଆର୍ଥିକ ବର୍ଷ ସମୟରେ ଭାରତର ଜିଡିପି ୭.୩ ପ୍ରତିଶତ ହାରରେ ବଢିବ । ଏହାର ତୂଳନାରେ ଚୀରନ ବିକାଶ ଦର ୬.୩ ପ୍ରତିଶତ ହିଁ ରହିବ ।

ପୃଥିବୀର ବ୍ୟାଙ୍କ ପ୍ରୋସ୍ପେକ୍ଟସ ଗ୍ରୁପର ନିର୍ଦ୍ଦେଶକ ଅହାନ କୋସେ କହିଛନ୍ତି, ଆୟକୁ ଦେଖି ଆମେ ଆଶା କରୁଛୁ ଯେ ଆର୍ଥିକ ବର୍ଷ ୨୦୧୮-୧୯ ରେ ଭାରତର ଜିଡିପି ୭.୩ ପ୍ରତିଶତ ରହିବ, ଯାହା ୨୦୧୯-୨୦ରେ ବୃଦ୍ଧି ପାଇ ୭.୫ ପ୍ରତିଶତ ହେବ । ଭାରତ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକସଭା ନିର୍ବାଚନ ଆଗକୁ ଥିବା ବେଳେ ଏହା ମୋଦୀ ସରକାରଙ୍କ ପାଇଁ ମଧ୍ୟ ଖୁସି ଖବର ।

ବିଶ୍ୱ ବ୍ୟାଙ୍କ ଅନୁସାରେ ଭାରତର ଜିଡିପି ୨୦୧୮ -୧୯ରେ ୭.୩ ପ୍ରତିଶତ ରହିବ। ଏହା ଆଗାମୀ ଆର୍ଥିକ ବର୍ଷ ଗୁଡ଼ିକରେ ୭.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା ରହିଛି । ଏହା ସବୁ ଅର୍ଥ ବିନିଯୋଗ ଓ ବ୍ୟବହାରରୁ ହୋଇଛି । ବିଦ୍ରୁକିକରଣ ଓ ଜିଏସଟି କାରଣରୁ ନିମ୍ନଗାମୀ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥା ଏବେ ସୁଧାର ଦିଗରେ ଗତି କରୁଛି।

Subscribe

National International State Sports Entertainment