ଚଳିତ ବର୍ଷ ଶୁଭାରମ୍ଭ ହେବ ୫-ଜି ନେଟୱର୍କ, କେବଳ ୫୦ ଲକ୍ଷ ହେବେ ଗ୍ରାହକ: ରିପୋର୍ଟ
Khabar Odisha:Technology-5-G-network-may-lunch-this-year

ସିଓଲ, ଜାନୁଆରୀ ୧୦ (ଖବର ଓଡ଼ିଶା): ଆଣ୍ଡରଏଡ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ୨୦୧୯ରେ ୫-ଜି ଆଧାରିତ ମଡେଲ ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ଏହି କମ୍ପାନୀମାନେ କେବଳ ୫୦ ଲକ୍ଷ ଗ୍ରାହକ କରିପାରିବେ । ଜାତୀୟ ଗଣମାଧ୍ୟମକୁ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଇଣ୍ଡଷ୍ଟ୍ରୀ ଟେକର ଟ୍ରେଣ୍ଡଫୋର୍ସ ଅନୁସାରେ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ‘ସାମସଙ୍ଗ ଇଲେକଟ୍ରୋନିକସ ଏବଂ ହୁଇଆଇଜ’ ୫-ଜି ଡିଭାଇସରେ ସକ୍ରିୟତା ସହିତ ବିନିଯୋଗ କରିଛନ୍ତି । 

ରିପେର୍ଟରେ କୁହାଯାଇଛି ଯେ, ୫-ଜି ମଡେଲ ପୈଠ ମାତ୍ର ୦.୪ ପ୍ରତିଶତ ହେବ । କାରଣ ୫-ଜି ପାଇଁ ଭିତ୍ତିମୂମି ପୂରା ହୋଇପାରି ନାହିଁ । ଟେଣ୍ଡଫୋର୍ସ କହିଛି, ବାଣିଜ୍ୟିକ ସଂଚାର ପାଇଁ ୫-ଜି ବେସ ଷ୍ଟେସନ ୨୦୨୨ ପର୍ଯ୍ୟନ୍ତ ବ୍ୟାପକ ରୂପରେ ପ୍ରତିଷ୍ଠା ହେବାର ସମ୍ଭାବନା ଦେଖାଯାଉଛି । ରିପୋର୍ଟରେ କୁହାଯାଇଛି ଯେ, ୫-ଜି ସ୍ମାର୍ଟଫୋନକୁ ଲୋକପ୍ରିୟ ଭାବରେ ଗଢ଼ିବା ପାଇଁ ଏହାର ଭିତ୍ତିଭୂମିକୁ ପ୍ରଥମେ ମଜବୁତ କରାଯିବାର ଆବଶ୍ୟକତା ରହିଛି । 

ବିଗତ ଦିନରେ ଚାଇନିଜ କମ୍ପାନୀ ହୁଆଇଜି ଭୋଡାଫୋନ-ଆଇଡିଆ ଲିମିଟେଡ ସହିତ ମିଶି ଦେଶରେ ୫-ଜି ପରୀକ୍ଷଣ ପ୍ରସ୍ତାବ ଦେଇଥିଲା । ଉଭୟ କମ୍ପାନୀର ବିରଷ୍ଠ ଅଧିକାରୀ ଏସଂପର୍କରେ ଦୂରସଂଚାର ସଚିବ ଅରୁଣା ସୁନ୍ଦରରାଜନଙ୍କୁ ଭେଟିଛନ୍ତି । ଦୂରସଂଚାର ରପ୍ତାନୀ ସମ୍ବର୍ଦ୍ଧନ ପରିଷଦ ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଅନୁରୋଧ କରିଥିଲେ ଯେ, ହୁଆଇଜ, ଜେଡଟିଇ ଏବଂ ଫାଇବରହୋମ ଭଳି ଚୀନର ଦୂର ସଂଚାର ଉପକରଣ ଉତ୍ପାଦନ କାରୀ କମ୍ପାନୀଙ୍କ ଠାରୁ ସରକାରୀ ସେବା ପାଇଁ ଉପକରଣ କିଣିବା ଉପରେ କଟକଣା ଲଗାଇ ଦିଆଯାଉ । 

 

  • Tags:

Subscribe

National International State Sports Entertainment