ଜିଏସଟି ରିଟର୍ଣ୍ଣ ଦାଖଲ ପାଇଁ ଏପ୍ରିଲରୁ ଆସିବ ନୂଆ ଆବେଦନ ଫର୍ମ, ଏମିତି ଥିବ ସୁବିଧା
Khabar Odisha:Simplified-GST-return-forms-to-be-rolled-out-from-april-1st-ajay-bhushan-pandey

ନୂଆଦିଲ୍ଲୀ, ଡିସେମ୍ବର ୦୫ (ଖବର ଓଡ଼ିଶା): ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରିଟର୍ଣ୍ଣ ଦାଖଲ କରିବା ପାଇଁ ୨୦୧୯ ଏପ୍ରିଲ ୧ରୁ ନୂତନ ସହଜ ଆବେଦନ ଫର୍ମ ଉପଲବ୍ଧ ହେବ । ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ଜିଏସଟି ସଂଗ୍ରହ ଲକ୍ଷ୍ୟ ସହଜରେ ପ୍ରାପ୍ତ କରିପାରବେ । ରାଜସ୍ୱ ବିଭାଗକୁ ଏମିତି କିଛି ସୂଚନା ମିଳିଛି, ଯାହାକି ଚୋରୀ ହେଉଛି । 

ସରକାରଙ୍କୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୭.୭୬ ଲକ୍ଷ କୋଟି ଟଙ୍କା ଜିଏସଟି ପ୍ରାପ୍ତ ହୋଇଛି । ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୩.୪୮ ଲକ୍ଷ କୋଟି ଟଙ୍କା ଜିଏସଟି ମାଧ୍ୟମରେ ପ୍ରାପ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି ଆଧାରରେ ହାରହାରି ୧.୧୨ ଲକ୍ଷ କୋଟି ଟଙ୍କା ପ୍ରତି ମାସରେ ଜିଏସଟି ପ୍ରାପ୍ତ ହେବା ଦରକାର । 

ପାଣ୍ଡେ କହିଛନ୍ତି, ନଭେମ୍ବରରେ ଆମେ ହାରାହାରି ୪ ହଜାର କୋଟି ଟଙ୍କା ପଛରେ ଅଛୁ । ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରଥମେ ଆମକୁ କିଛି ମାସର ତଥ୍ୟ ଦେଖିବାକୁ ପଡ଼ିବ କିନ୍ତୁ ଆମର ଭରସା ଅଛି ଯେ, ଆମେ ଲକ୍ଷ୍ୟରେ ପହଞ୍ଚିବୁ । ଆମର ମାସିକ ଲକ୍ଷ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ । ଆମେ ଏହାକୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କା କରିବାକୁ ଚାହୁଁଛେ । 

ନଭେମ୍ବରରେ ଜିଏସଟି ପ୍ରାପ୍ତଙ୍କ ସଂଖ୍ୟା ୯୭,୬୩୭ କୋଟି ଟଙ୍କା ଥିଲା । ରାଜସ୍ୱ ସତର୍କତା ନିର୍ଦ୍ଦେଶାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପାଣ୍ଡେ କହିଛନ୍ତି, ରିଫଣ୍ଡ ପ୍ରକ୍ରିୟାକୁ ଆହୁରି ଭଲ କରାଯାଇ ପାରିବ । ନୂତନ ଫର୍ମ ବାବଦରେ ପାଣ୍ଡେ କହିଛନ୍ତି, ଏହା ଆଗାମୀ ଏପ୍ରିଲରୁ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । 

 

  • Tags:

Subscribe

National International State Sports Entertainment