ଆଜି ମଧ୍ୟ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର
Khabar Odisha:petrol-diesel-prices-continue-to-dip-on-softer-crude
ନୂଆଦିଲ୍ଲୀ,ନଭେମ୍ବର୦୩(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ପଡ଼ିଛି। ଦେଶରେ ଗତ କିଛି ଦିନ ହେବ  ପେଟ୍ରୋଲ-ଡିଜେଲ ଦର କ୍ରମାଗତ ହ୍ରାସ ପାଇ ଚାଲିଛି। ଏହି କ୍ରମରେ ଶନିବାର  ହ୍ରାସ ପାଇଛି ତେଲ ଦର। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୯ ପଇସା ଓ ପେଟ୍ରୋଲ ଲିଟର ପିଛା ୧୧ ପଇସା ହ୍ରାସ ପାଇଛି। ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର  କ୍ରମଶଃ ୭୮.୯୯ ଟଙ୍କା ଓ ୭୩.୫୩ ଟଙ୍କା ଲିଟର ପିଛା ରହିଛି।

ଅନ୍ୟ ପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪.୪୯ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୦୬ ଟଙ୍କାରେ ବିକ୍ରି ହେଉଛି। ସୂଚନାଯୋଗ୍ୟ ଅକ୍ଟୋବର ତୃତୀୟ ସପ୍ତାହରୁ କ୍ରମାଗତ ତେଲ ଦର ହ୍ରାସ ପାଇ ଚାଲିଛି। 

ଏହା ପୂର୍ବରୁ ଅକ୍ଟୋବର ୫ରେ  ମଧ୍ୟ ତେଲ ଦର ଲିଟର ପିଛା ୨.୫୦ ଟଙ୍କା ହ୍ରାସ ଘଟିଥିଲା। ସରକାର ଉତ୍ପାଦ ଶୁଳ୍କରେ ତେଲ ଲିଟର ପିଛା ୧.୫୦ ଟଙ୍କା ହ୍ରାସ କରିଥିଲେ। ଏହା ସହିତ ସାର୍ବଜନୀନ କ୍ଷେତ୍ରରର ତେଲ କମ୍ପାନୀ ଲିଟର ପିଛା ଏକ ଟଙ୍କା ହ୍ରାସ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅପିଲ ପରେ ଅନେକ ରାଜ୍ୟ ସରକାର ତେଲ ଲିଟର ପିଛା ୨.୫୦ ଟଙ୍କା  ହ୍ରାସ କରିଥିଲେ। ଏଥିରେ ଲୋକଙ୍କୁ ବଡ଼ ଆଶ୍ଵସ୍ତି ମିଳିଥିଲା।

Subscribe

National International State Sports Entertainment