୨୩ରେ ବଜାରକୁ ଆସିବ ନୂଆ Wagon R, ଫଟୋ ଭାଇରାଲ, ଏମିତି ରହିବ ଫିଚର୍‌
Khabar Odisha:New-Maruti-Suzuki-Wagon-R-2019-to-be-launch-23-January

ନୂଆଦିଲ୍ଲୀ, ଜାନୁଆରୀ ୦୬ (ଖବର ଓଡ଼ିଶା): ଅଟୋମୋବାଇଲ୍‌ କମ୍ପାନୀ ‘ମାରୁତି ସୁଜୁକି’ର Wagon R ଚଳିତ ଜାନୁଆରୀ ୨୩ରେ ଭାରତୀୟ ବଜାରକୁ ପ୍ରବେଶ କରୁଛି। ଏହି ନୂଆ କାରର୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମାରୁତିର ନୂଆ ଓ୍ଵାଗନ ଆର ପାଇଁ ଗ୍ରାହକ ବହୁ ଦିନରୁ ଅପେକ୍ଷାରତ ଅଛନ୍ତି। ବର୍ଷ ଆରମ୍ଭରେ ମାରୁତିର ପାଇଁ ଏହା ହେଉଛି ବଡ଼ ଅନୁଭୂତି ରହିବ। 

ନୂଆ ‘ଓ୍ଵାଗନ ଆର’ର ଲୁକ୍‌ ଏବଂ ଷ୍ଟାଇଲିଙ୍ଗକୁ ନେଇ ବିଗତ ଦିନରେ ଅନେକ କଥା ଆସିଛି କିନ୍ତୁ ନୂଆ କାର ଜାପାନ ଓ୍ଵାଗନ ଆର ଠାରୁ ସଂପୂର୍ଣ୍ଣ  ଭିନ୍ନ। ନୂଆ ଓ୍ଵାଗନ ଆରରେ କଷମେଟିକ୍‌ ଚେଞ୍ଜ ଅଧିକ ଅଛି ଏବଂ ଗ୍ରାହକଙ୍କୁ ଭିନ୍ନ ଅନୁଭୂତି ଦେବ। ଏହା ବ୍ୟତୀତ ଏହାର ସମ୍ମୁଖ ଗ୍ୟାଲେରୀ ଚଉଡ଼ା ଏବଂ ଅଧିକ ଆକର୍ଷଣୀୟ ହୋଇଛି। କାରର ହେଡଲ୍ୟାମ୍ପ ପ୍ରଥମ ତୁଳନାରେ ବଡ଼ ଅଛି। ଏଥି ସହିତ ଅନ୍ୟ କିଛି ଲାଇଟ୍‌କୁ ମଧ୍ୟ ଅପଡେଟ୍‌ କରାଯାଇଛି। 

ନୂଆ ଓ୍ଵାଗନ ଆର୍‌ ଡେସ୍‌ବୋର୍ଡର ବର୍ତ୍ତମାନ ଭର୍ସନ ଭଳି ସରଳ ରହିବ। ମାତ୍ର ଏଥିରେ ଟଚସ୍କ୍ରିନ ଭିତ୍ତିଭୂମି ସିଷ୍ଟମ ଉପସ୍ଥାପନ କରାଯାଇଛି। ଏହି କାର ମୂଲ୍ୟ ୪ରୁ ୬ ଲକ୍ଷ ମଧ୍ୟରେ ରହିବ। କୁହାଯାଉଛି ଯେ, ଓ୍ଵାଗନ ଆର ମୁକାବିଲା ହୁଣ୍ଡାଇ ସାଣ୍ଟ୍ରୋ ସହିତ ହେବ। 

  • Tags:

Subscribe

National International State Sports Entertainment